News
lipub
samparksetu

ପ୍ରାର୍ଥନା ସଭାରେ ଟଳିପଡି ଛାତ୍ର ମୃତ୍ୟୁ ଘଟଣା ,ଶୋକସଭା ଚାଲିଥିବା ବେଳେ ୨ଛାତ୍ରୀ ଅଚେତ

ବୋରାପଦା ଠାରେ ଥିବା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ)ରେ ଗତକାଲି ଜଣେ ଛାତ୍ର ପ୍ରାର୍ଥନା ସଭାରେ ଟଳିପଡି ମୃତ୍ୟୁବରଣ କରିଥିବା ବେଳେ , ଆଜି ପୁଣି ଦୁଇ ଛାତ୍ରୀ ଅଚେତ ହୋଇ ପଡିଥିଲେ ।

ଶନିବାର ଦିନ ବିଦ୍ୟାଳୟରେ ଶୋକସଭା ଚାଲିଥିବା ବେଳେ ଦୁଇ ଛାତ୍ରୀ ଅଚେତ ହୋଇପଡିଥିଲେ । ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥାବସ୍ଥାରେ ସୁଧାର ଆସିବା ପରେ ଘରକୁ ପଠାଇ ଦିଆଯାଇଥିବା ଜଣାଯାଇଛି । ଏପରି ଘଟଣା ପରେ ଆଇଟିଆଇରେ ଭୟର ବାତାବରଣ ଦେଖା ଦେଇଥିଲା ।

ପ୍ରକାଶ ଥାଉକି, ଗତକାଲି ଇଲେକ୍ଟ୍ରିକାଲ ବିଭାଗ ପ୍ରଥମ ବର୍ଷର ଛାତ୍ର ତଥା କାମାକ୍ଷାନଗର ଥାନା ସରଦେଇପୁର ଗାଁର ଅଭିଜିତ୍ ଦାସ(୧୬) ସବୁଦିନ ପ୍ରାର୍ଥନା ସଭାକୁ ଆସିଥିଲେ । ପ୍ରାର୍ଥନା ସଭାରେ ହଠାତ୍ ମର୍ଚ୍ଛା ହୋଇ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଛାତ୍ରଙ୍କ ମୃତ୍ୟୁକୁ ନେଇ ଆଜି ଆଇଟିଆଇ ପରିସରରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ଶୋକ ସଭା କରୁଥିଲେ ।

ସଭା ଚାଲିଥିବା ବେଳେ ଜଣେ ଛାତ୍ରୀ ଅଚେତ ହୋଇ ପଡିଥିଲେ । ତାଙ୍କୁ ପାଣି ଦେବାପରେ ସ୍ୱାଭାବିକ ହେବାରୁ ହଷ୍ଟେଲକୁ ପଠାଇ ଦିଆଯାଇଥିଲା । ପୁଣି ଶୋକ ସଭା ସରିବା ପରେ ଆଉ ଜଣେ ଇଲେକ୍ଟ୍ରିକାଲ ବିଭାଗ ପ୍ରଥମ ବର୍ଷର ଛାତ୍ରୀ ଅଚେତ ହୋଇଥିଲେ । ତାଙ୍କ ଅବସ୍ଥା ଭଲ ନରହିବାରୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଥିଲା । ସ୍ୱସ୍ଥ୍ୟ ଅଵସ୍ଥାରେ ଉନ୍ନତି ଆସିବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିବା ଅଧ୍ୟକ୍ଷ ଚନ୍ଦ୍ରଶେଖର ତ୍ରିପାଠୀ କହିଛନ୍ତି । ତେବେ ଛାତ୍ରଙ୍କ ମୃତ୍ୟୁ ସମ୍ପର୍କରେ ପୁଲିସରେ ଜଣାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡିବ । ଉକ୍ତ ଛାତ୍ରଙ୍କ ମୃତ୍ୟୁକୁ ନେଇ କଲେଜରେ ଶୋକାକୁଳ ପରିବେଶ ରହିଛି । ସହପାଠୀଙ୍କୁ ହରାଇ ଆଜି ଦୁଇ ଛାତ୍ରୀ ଅଚେତ ଯାଇଥିଲେ ।

ଆଜି କଲେଜର ସମ୍ପୂର୍ଣ୍ଣ ପାଠପଢା ବନ୍ଦ କରି ଦିଆଯାଇଛି । ଆସନ୍ତାକାଲି ରବିବାର ଥିବାରୁ ଛାତ୍ରଛାତ୍ରୀଙ୍କୁ ଘରୁ ବୁଲି ଆସିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଖୁବ୍‌ଶୀର୍ଘ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!