News
lipub
samparksetu

ଧାନ ମଣ୍ଡି ବନ୍ଦ ପରେ ଧାନ ବିକ୍ରି କରି ନପାରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ

ଚଳିତ ବର୍ଷ ରାଜ୍ୟ ସରକାର ଧାନ ମଣ୍ଡି ବନ୍ଦ ପରେ ଅନେକ ପଞ୍ଜିକୃତ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି। ଜିଲ୍ଲାର ଅନେକ ସମବାୟ ସମିତି ଅଧିନରେ ପଞ୍ଜିକୃତ ଚାଷୀ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଜିଲ୍ଲାର ବାଇଁସିଆ ସମବାୟ ସମିତି ଅଧିନରେ ପଞ୍ଜିକରଣ କରିଥିବା ଚାଷୀ ଲିଖିତ ଅଭିଯୋଗ କରିଛନ୍ତି।

ଚଳିତ ବର୍ଷ ୭୦୦ରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିଲେ। ଫେବୃଆରୀ ୧୧ ତାରିଖ ସୁଦ୍ଧା ୫୧୧ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିଛନ୍ତି। ବାକି ଥିବା ଚାଷୀ ଧାନ ବିକ୍ରି କରି ପାରି ନାହାଁନ୍ତି। ସରକାର ଚାଷୀମାନଙ୍କୁ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ବିଜ୍ଞାପନ ଦେଉଥିବା ବେଳେ ଅନେକ ପଞ୍ଜିକୃତ ଚାଷୀ ଧାନ ବିକ୍ରି କରି ପାରୁ ନାହାଁନ୍ତି। ସରକାରଙ୍କ ଏପରି ଦୋମୁହାଁ ନୀତି ନିୟମ ପାଇଁ ଅସନ୍ତୋଷ ଦେଖା ଦେଇଛି।

ଆଉ ୬,୦୦୦ କୁଇଁଣ୍ଟାଲ ଧାନ କ୍ରୟ ପାଇଁ ଅନୁମତି ଦେବାକୁ ବାକି ଥିବା ଚାଷୀ ମାନେ ଜିଲ୍ଲାପାଳଙ୍କୁ ପ୍ରାର୍ଥନା କରିଛନ୍ତି।

new life
You might also like
error: Content is protected !!