News
lipub
samparksetu

ବାଇକ ଓ କାର ମୁହାଁମୁହିଁ ଧକ୍କା ; ବାଇକ ଚାଳକ ଗୁରୁତର

କଙ୍କଡାହାଡ଼ ଥାନା ଢୋଲଖମଣ ଛକ ନିକଟରେ ସଡ଼କ ଦୁର୍ଘଟଣା l ବାଇକ ଓ କାର ମୁହାଁମୁହିଁ । ବାଇକ ଆରୋହୀ ନୟାଗଡ ଅଞ୍ଚଳ ର ଦୀପକ ଶାସମଲ ଗୁରୁତର ।

ସୂଚନା ଅନୁଯାୟୀ , ଦୀପକ ଏକ ବାଇକ ଯୋଗେ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳ ରୁ ନିଜ ଘର ନୟାଗଡ କୁ ଫେରୁଥିଲେ ।କିନ୍ତୁ ଢୋଲଖମଣ ଛକ ନିକଟରେ ରାସ୍ତା କଡ଼ ରେ ଜଙ୍ଗଲ ଜଳୁଥିବା ଯୋଗୁ ପ୍ରବଳ ଧୂଆଁ ସୃଷ୍ଟି ହେଉଥିବାରୁ ସେ ବିପରୀତ ପାର୍ଶ୍ଵ ରୁ ଆସୁଥିବା କାର କୁ ଦେଖିପାରିନଥିଲେ ।

ଫଳରେ ବାଇକ ଓ କାର ମୁହାଁମୁହିଁ ଧକ୍କା ହୋଇଯାଇଥିଲା । ଦୁର୍ଘଟଣା ଫଳରେ ଦୀପକ ରାସ୍ତା କଡ଼ ରେ ମୁର୍ମୁଷ ଭାବେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ୧୦୮ଆମ୍ବୁଲାନ୍ସ ଯୋଗେ ତାଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଇଥିଲେ ।

ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଛନ୍ତି । ତାଙ୍କ ଆଣ୍ଠୁ ରେ ଗଭୀର ଆଘାତ ହୋଇଥିବା ଜଣାପଡ଼ିଥିବା ବେଳେ କଙ୍କଡାହାଡ଼ ପୋଲିସ ମେଡିକାଲ ରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି l

new life
You might also like
error: Content is protected !!