News
lipub
samparksetu

ସଡ଼କ ଦୁର୍ଘଟଣାରେ ୨ ଗୁରୁତର ; ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁମୁସି ପାଣିଗେଙ୍ଗୁଟିଆ ପୂର୍ତ୍ତବିଭାଗ ରାସ୍ତାର ଗେଙ୍ଗୁଟିଆ କାଜୁ ଜଙ୍ଗଲ ନିକଟରେ ସ୍କର୍ପିଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ବସିଥିବା ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ଗୁରୁତର ଦୁଇଜଣ ହେଲେ ପରଜଙ୍ଗ ଥାନା ପାଣି ଗେଙ୍ଗୁଟିଆ ଗାଁର କବିରାଜ ନାଥ ଓ କାଶୀ ନାଥ ଭୁତିଆ।

ସୂଚନା ମୁତାବକ , କବିରାଜ ଓ କାଶୀନାଥ ବାଇକ ଯୋଗେ ନିଜ ଗ୍ରାମ ପାଣିଗେଙ୍ଗୁଟିଆ କୁ ଫେରୁଥିବା ସମୟରେ ଅନଗୁଳରୁ ଆସୁଥିବା ଏକ ବରଯାତ୍ରୀ ଗାଡି ବାହାଘର ସାରି ଗେଙ୍ଗୁଟିଆରୁ ଫେରୁଥିବା ସମୟରେ ତାଙ୍କୁ କାଜୁଜଙ୍ଗଲ ପାଖରେ ସାମ୍ନା ପଟୁ ଧକ୍କା ଦେଇଥିଲା।

ଦୁର୍ଘଟଣା ଘଟାଇ ସ୍କର୍ପିଓ ଟି ଭାରସାମ୍ୟ ହରାଇ କୁମୁସି ଛକ ନିକଟରେ ରାସ୍ତା କଡରେ ପିଟି ହୋଇଯାଇଥିଲା।ଲୋକମାନେ ଗୁରୁତରଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରିଥିଲେ।

ତେବେ ଅବସ୍ଥା ଗୁରୁତର ଥିବାରୁ କବିରାଜ ଙ୍କୁ ଅନୁଗୁଳ ଏବଂ କାଶୀନାଥ ଙ୍କୁ ଢେ଼ଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ତେବେ ଏନେଇ ସ୍ଥାନୀୟ ଲୋକମାନେ
ଉତ୍ୟକ୍ତ ହୋଇ କିଛି ସମୟ ପାଇଁ ଟାୟାର ଜାଳି କୁମୁସି ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ।

new life
You might also like
error: Content is protected !!