News
lipub
samparksetu

ବାପା

ମାଁ ମତେ କେତେ ଭଲ ପାଉଥିଲେ
                   ବାପା କରୁଥିଲେ ଗାଳି
ଗାଳି ନୁହେ ସିଏ,ଆଜି ମୁ ଜାଣୁଛି
                    ଗଢୁଥିଲେ ମାଡ ମାରି…
କଞ୍ଚା ମାଠିଆ ଯେ କେତେ ମାଡ ଖାଏ
                      ପରେ ହୋଇଯାଏ ଟାଣ
ସେହିପରି ବାପା ଗଢୁଥିଲେ ମତେ
                 କରି ତାଙ୍କ ମୁହ ଟାଣ…
ମୋ ବାପା ଅଟନ୍ତି,ଭାରି ସରଳିଆ
                     ହେଲେ ଦେଉଥିଲେ ଗାଳି
ଆଜି ତାଙ୍କ ଗାଳି ଝରିପଡେ ସତେ
                    ଫୁଲ ଝଡିଗଲା ପରି…
ନିଜେ ନଖାଇବି,ଖୋଉଥିଲେ ମତେ
                  ନାନା ଜାତି ଖାଦ୍ୟ ଆଣି
ନିଜେ ଖଣ୍ଡେ ଭଲ ପିନ୍ଧି ପାରିଲେଣି
                     ମୋ ସୁନ୍ଦର ପୋଷାକ ଆଣି…
ମୋ ବାପାଙ୍କ ଗାଳି,ସତେ ଦାଣ୍ଡ ଧୂଳି
                      ଏଇ ଅଛି,ଏଇ ନାହିଁ
ଧନ୍ୟ ବାପା ତୁମ ମହିମା ତୁମର
            ଯେତେ ଗାଇଲେ ସରଇ ନାହିଁ…
ମୋ ବାପା ଅଟନ୍ତି,ମୋ ପାଇଁ ମହାନ
               ସେ ଯେ ,ମୋର ଦେବତା
ନିତି ପୂଜା ମୁହିଁ କରୁଥିବି ତାଙ୍କୁ
                   ଦେଇ ସୁଖ,ଶାନ୍ତି,ଶ୍ରନ୍ଧା….

✍️ଚିନ୍ମୟ ବେହେରା(ଚିନୁ)

new life
You might also like
error: Content is protected !!