News
lipub
samparksetu

ମହିମା ମହାବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଜୋରନ୍ଦା ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟର ଯୁବ ରେଡ଼କ୍ରସ, ରେଡ ରିବନ କ୍ଳବ, ଜାତୀୟ ସେବା ଯୋଜନା ଓ ଏନ ସି ସି ମିଳିତ ଆନୁକୂଲ୍ୟରେ ଏବଂ ଢେଙ୍କାନାଳ ଏଚ ଡି ଏଫ ସି ବ୍ୟାଙ୍କ ମିଳିତ ଭାବରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l

ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ରତ୍ନାକର ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ l ଏହି ଶିବିରରେ ଜିଲ୍ଲା ରେଡ଼କ୍ରସ ବ୍ଲଡ଼ ବ୍ୟାଙ୍କ ର କର୍ମଚାରୀ ଶ୍ରୀ ପରମାନଦ ପଣ୍ଡା, ସୌଭାଗ୍ୟ ମିଶ୍ର, ରାକେଶ କୁମାର ବେହେରା, ତପନ ଜେନା, ଅଜୟ ସ୍ୱାଇଁ, ପ୍ରମୁଖ ସ୍ବେଚ୍ଛାସେବୀ ମାନଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ l

ଏହି ଶିବିରରେ ୩୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଯୁବ ରେଡ଼କ୍ରସ ର ଉପଦେଷ୍ଟା ପ୍ରାଧ୍ୟlପକ ପ୍ରହଲ୍ଲାଦ ସ୍ୱାଇଁ, ଜାତୀୟ ସେବା ଯୋଜନାର କାର୍ଯ୍ୟନିର୍ବାହୀ ଅଧ୍ୟାପକ ପ୍ରଜେଶ ଜେନା, ଅଧ୍ୟାପିକା ସଂକୁନ୍ତଳା ଭୂୟାଁ, ଅଧ୍ୟାପିକା ଗୀତାଞ୍ଜଳି ସାହୁ, ଅଧ୍ୟାପକ ରଞ୍ଜିତ ମହାପାତ୍ର, ସ୍ବେଛାସେବୀ ସୁଜିତ ରାଉତ, ହରପ୍ରିୟା ପତି, ମୋନାଲିସା ସାମଲ, ମୁଖ୍ୟ କିରାଣୀ ଅଭିମନ୍ୟୁ ବେହେରା, ଶେଷ ବିଶ୍ୱାଳ, ଏବଂ ସାରସ୍ୱପ୍ନ ସରିତ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।

new life
You might also like
error: Content is protected !!