News
lipub
samparksetu

ବିଡୋ ପଞ୍ଚାୟତରେ ଆମ୍ ଆଦମୀ ପାର୍ଟି ର ଗ୍ରାମସଭା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବିଡୋ ପଞ୍ଚାୟତର ମାଳିବିଡୋ ମନ୍ଦିର ଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ପଞ୍ଚାୟତ ସ୍ତରୀୟ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଆବାହକ ରମେଶ ଚନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଆପ୍ ର ସକ୍ରିୟ ସଦସ୍ୟ ତଥା ୱାର୍ଡ ସଭ୍ୟା ସୁଚିତ୍ରା ନାୟକ ଅତିଥି ପରିଚୟ ଏବଂ ପଂଚାୟତ ପ୍ରମୁଖ ଭାଗିରଥି ନାୟକ ସଭାପତିତ୍ୱ କରିଥିଲେ l

ପ୍ରଥମ ପର୍ଯ୍ୟାୟରେ ଆବାହକ ଶ୍ରୀ ନାୟକ ଦିଲ୍ଲୀ ଆମ୍ ଆଦମୀ ପାର୍ଟି ସରକାରଙ୍କର ବିଶ୍ୱ ସ୍ତରୀୟ ଶିକ୍ଷା, ସ୍ୱାସ୍ଥ୍ୟ, ଦୁଇ ଶହ ୟୁନିଟ ବିଜୁଳି ବିନା ମୂଲ୍ୟରେ, ଯୁବ ପିଢିଙ୍କୁ ରୋଜଗାର, ସମସ୍ତ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ, ଅଢେଇ ହଜାରରୁ ତିନି ହଜାର ଟଙ୍କା ଭତ୍ତା ପ୍ରଦାନ, ଶହେରୁ ଅଧିକ ସେବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘର ଦୁଆରେ ଯୋଗାଇବା, ଉନ୍ନତ ମାନର କୃଷି ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ l ପ୍ରାୟ ପାଞ୍ଚୋଟି ଗ୍ରାମର ଶତାଧିକ ଲୋକ ଯୋଗ ଦେଇ ନିଜ ନିଜର ସମସ୍ୟା ଗୁଡିକୁ ଅତି କ୍ଷୋଭର ସହିତ ଜଣାଇଥିବା ବେଳେ ୧୫ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରି ପଞ୍ଚାୟତ ସ୍ତରରେ ଏକ କମିଟି ଗଠନ କରାଯାଇଛି l

ଏହି କମିଟି ଆସନ୍ତା ୮ ତାରିଖ ଦିନ ପଞ୍ଚାୟତର ସମସ୍ୟା ଗୁଡିକ ସମ୍ପର୍କରେ ଜିଲ୍ଲାପାଳଙ୍କ ଆଲୋଚନା କରି ଏକ ଦାବି ପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି l ଏହି ସଭାରେ ବ୍ଲକ ଉପସଭାପତି ଲକ୍ଷ୍ମଣ ନାଏକ, ଯୁବ ନେତା ସୁମନ୍ତ ଖିଲାର, ରଞ୍ଜିତ ଦାସ, ସତିଶ ନାୟକ,ଝରଣା ରାୟ,ବଳଭଦ୍ର ସାମଲ,ଜୟନ୍ତ ବେହେରା, ଲାଲା ବିଶ୍ୱନାଥ ସିଂ, ରତନୀ ପ୍ରଧାନ, ସୁଶାନ୍ତ ଦାସ, ସନ୍ଧ୍ୟା ରଣା, ମିନୀ ବେହେରା, ମାମିନି ମୀରା ରାୟ, ଶାନ୍ତିଲତା ସାମଲ, ମିନତୀ ବେହେରାଙ୍କ ସହିତ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ l

new life
You might also like
error: Content is protected !!