News
lipub
samparksetu

ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ, ଓଡ଼ିଶା ଢେଙ୍କାନାଳ ଶାଖା ପକ୍ଷରୁ ଜନ କଲ୍ଯାଣ ସମାବେଶ

ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ, ଓଡ଼ିଶା ଢେଙ୍କାନାଳ ଶାଖା ପକ୍ଷରୁ ଜନ କଲ୍ଯାଣ ସମାବେଶ, ଆଜି କଙ୍କଡାହାଡ ବ୍ଲକ, ଗଡପଳାଶୁଣି ରେ ଥିବା ସର୍ବପୁରାତନ ଶୈବ ପୀଠ ବାବା ବାଲୁଙ୍କେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସଭାପତି ପରମ ଶୈବ ଲଳିତ ମହାପାତ୍ର ଓ ରାଜ୍ୟ ସମ୍ପାଦକ ଅଚାର୍ଯ୍ଯ ବିକେ ମହାପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଢ଼େଙ୍କାନାଳ ରେ ଏକ ସଭାର ଆୟୋଜନ କରାଯାଇଥିଲା ଢେଙ୍କାନାଳ ଜିଲ୍ଲା ପରିଚାଳନା ସଦସ୍ୟ ଉସ୍ଚବ ରଣା ଙ୍କ ତତ୍ବାବଧାନରେ କାର୍ଯ ସମ୍ପାଦନା ହୋଇଥିଲା ।

ପ୍ରଥମେ ମହାଦେବ ବାବା ବିଶେଶ୍ବର ଓ ମାତା ପାର୍ବତୀଙ୍କ ପୂଜା ଜଥା ବିଧି କରିବା ପରେ ମନ୍ଦିର ପରିସରରେ ବୃକ୍ଷ ରୋପଣ କରାଯାଇଥିଲା | ପରେ ଶୈବ ମାନଙ୍କୁ ନେଇ ଏକ ସଭା ହୋଇଥିଲା | ଉକ୍ତ ସଭାରେ କିଭଳି ଶୈବ ମାନେ ଅବହେଳିତ ଅବସ୍ଥାରେ ରହିଛନ୍ତି ତା ନେଇ ଆଲୋଚନା ହୋଇଥିଲା | ବେଦ କର୍ମକାଣ୍ଡ, ଶୈବ ସଂସ୍କୃତି ର ପୁନରୁଦ୍ଧାର ଆଦିଉପରେ ଆଲୋଚନା ହୋଇଥିଲା |

ଆଗକୁ କିଭଳି ଶୈବ ସେବାୟତ ମାନଙ୍କୁ ସରକାରୀ ସହଯୋଗ ମିଳିବ ଶୈବ ସେବାୟତ ମାନେ ସରକାରି ସ୍ତରରେ କିଭଳି ଉପକୃତ ହେବେ ଏନେଇ ଏକ ବିଶେଷ ଆଲୋଚନା ହୋଇଥିଲା | ଏଥିରେ ଢେଙ୍କାନାଳ ଜିଲ୍ଲା ର ସମସ୍ତ ବ୍ଲକ ରେ ଥିବା ସମସ୍ତ୍ ଶିବ ଶକ୍ତି ମନ୍ଦିର ପୂଜକ ମାନେ ସାମିଲ ହୋଇଥିଲେ |

ଜିଲ୍ଲା ସଭାପତି ସ୍ଵାଧୀନ ମହାପାତ୍ର,ରାଜ୍ୟ ସାଂସ୍କୃତିକ ସମ୍ପାଦକ ଓ ଜିଲ୍ଲା ସମ୍ପାଦକ ଦେବୀଦତ୍ତ ମହାପାତ୍ର, ଉସ୍ଚବ ରଣା, ମାନସ ରଣା, ଲକ୍ଷ୍ମଣ ରଣା(ବାବା ବାଲୁଙ୍କେଶ୍ଵର ମନ୍ଦିର ସଭାପତି), ଅନ୍ତର୍ଯ୍ୟାମୀ ରଣା, ଲିଙ୍ଗରାଜ ରଣା, ବୃନ୍ଦାବନ ରଣା, ଦୁର୍ଯ୍ୟୋଧନ ରଣା, ଦେବାନନ୍ଦ ରଣା, ତରୁଣ ରଣା, ପ୍ରକାଶ ରଣା, ଗୁରେଶ ରଣା,ଚରଣ ମହାପାତ୍ର, ମୁରଲୀଧର ରଣା, ନୃସିଂହ ରଣା, ଉଦୟ ରଣା ଏବଂ ଅନ୍ୟ ଶୈବ ବିପ୍ର ମାନେ ସାମିଲ ହୋଇଥିଲେ |ଆଗକୁ ଢେଙ୍କାନାଳ ରେ ବିଭିନ୍ନ ଶୈବ କ୍ଷେତ୍ର ରେ ଉନ୍ନତି ମୂଳକ କାର୍ଯ୍ୟକ୍ରମ ହେବ ବୋଲି ଜିଲ୍ଲା ସଭାପତି କହିଛନ୍ତି |ସଭା ଶେଷରେ ମାନସ ରଞ୍ଜନ ରଣା ଧନ୍ୟବାଦ ଅର୍ପଣ କରିବା ସହ ସଭା ଶେଷ କରିଥିଲେ |

new life
You might also like
error: Content is protected !!