News
lipub
samparksetu

ୱାର୍ଡ ସଂଖ୍ୟା ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କୁ ଆବେଦନ କଲେ ନୂଆଭୁବନ ବାସିନ୍ଦା

ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ଲୋକଙ୍କ କୁ ଆଖି ଆଗରେ ରଖି ୱାର୍ଡ ସଂଖ୍ୟ। ବୃଦ୍ଧି କରିବାକୁ ନୁଆଭୁବନ ଅଚଂଳବାସୀ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଦାବି ଜଣାଇଛନ୍ତି । ୨୦୧୧ ଜନଗଣନା ଅନୁଯାୟୀ ୨୨ହଜାରରୁ ଉର୍ଦ୍ଧ୍ବ ଜନସଂଖ୍ୟା ରେ ଭୋଟର ସଂଖ୍ୟା ୧୮ହଜାରରୁ ଉର୍ଦ୍ଧ୍ବ । ଅଠରଟି ବୁଥରେ ୧୫ଟି ୱାର୍ଡ ର ଭୋଟର ମତଦାନ କରିଥାନ୍ତି । ଚଳିତ ୨୦୨୨ ମସିହା ପୈାର ନିର୍ବାଚନ ଆଖି ଆଗରେ ରଖି ୧୫ଟି ୱାର୍ଡ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ନଭେମ୍ବର ୧୮ ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗର ଶେଷ ତାରିଖ ରହିଛି । ନୂଆ ଭୁବନ ବାସିନ୍ଦା ନରେନ୍ଦ୍ର କୁମାର ସାହୁ . ଈଶ୍ୱର ଚନ୍ଦ୍ର ସାହୁ କାଙ୍ଗାଳି ମଳିକ , ଚନ୍ଦ୍ରମଣି ପୃଷ୍ଟି ଦେବଦତ ସାହୁ ରବି ସାହୁ କପିଳ ସାହୁ ପ୍ରମୁଖ ଶତାଧିକ ବ୍ୟକ୍ତି ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।

ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ତଥ୍ୟ ଭ୍ରମାତ୍ମକ ଅଟେ । ଦୁଇ ନମ୍ବର ୱାର୍ଡ କୋହ୍ଲ ସାହିରେ କେବଳ ଅନୁସୂଚିତ ଜନଜାତିର ଭୋଟର ଅଛନ୍ତି । କିନ୍ତୁ ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ଏହି ବସ୍ତିରେ ଜନଜାତି ଭୋଟର ସଂଖ୍ୟା ସୁନ ଅଟେ ।

new life
You might also like
error: Content is protected !!