News
lipub
samparksetu

ଟାଟା ବିଏସଏଲ କାରଖାନାରେ ଶ୍ରମିକଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଜିଲ୍ଳା କଣ୍ଟାବଣିଆ ଥାନା ଅନ୍ତର୍ଗତ ଟାଟା ବିଏସଏଲ କାରଖାନାରେ ଜଣେ ଶ୍ରମିକ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଥାନାରେ ଅଭିଯୋଗ ହୋଇଛି ।

ଏହାକୁ ନେଇ ଟାଟା ବିଏସଏଲ ଶ୍ରମିକ ସଙ୍ଗଠନର ସାଧାରଣ ସମ୍ପାଦକ ହତ୍ୟା ଘଟଣା ବୋଲି ଅଭିଯୋଗ କରିଛନ୍ତି ।
ଟାଟା ବିଏସଏଲ କାରଖାନାରେ ଜଗତସିଂହପୁର ବାଲିକୁଦା ଥାନା ଅନ୍ତଗର୍ତ ଅନନ୍ତପୁର ଗ୍ରାମର ଯୁଧିଷ୍ଠିର ନାଏକଙ୍କ ପୁଅ ଜ୍ଞାନ ରଞ୍ଜନ ନାଏକ(୨୨) କାରଖାନାରେ ଠିକା କାର୍ଯ୍ୟ କରୁଥିବା ୟୁଆଇଏଲସଂସ୍ଥା ବିପି ପ୍ଲାଣ୍ଟରେ ବେଲ୍ଟ ଅପରେଟର ଭାବରେ କାର୍ଯ୍ୟ କରୁଥିଲେ।

ଗତ ସପ୍ତାହରେ ଘରକୁ ଯାଇ ତିନି ଦିନ ହେବ ଫେରିଥିଲେ ମଧ୍ୟ କାମକୁ ଯାଉନଥିଲେ । ତାଙ୍କ ସହିତ ତାଙ୍କର ଭାଈ ମନୋଜ ନାଏକ ରହୁଥିବା ବେଳେ ସେ ଆଜି ଜ୍ଞାନକୁ ବାଧ୍ୟ କରି କାମ କରିବାକୁ
ନେଇଥିଲେ । ମଙ୍ଗଳବାର ଅପରାହ୍ନରେ ଜ୍ଞାନ କାରଖାନା ପରିସରରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହି ଘଟଣା
ଜଣା ପଡିବା ପରେ ତାଙ୍କ ଭାଇ କଣ୍ଟାବଣିଆ ଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି ।

ଏହା ଆତ୍ମହତ୍ୟା ବୋଲି ପୋଲିସ ପ୍ରକାଶ କରିଥିବା ବେଳେ ଶ୍ରମିକ ସଙ୍ଘର ସାଧାରଣ ସମ୍ପାଦକ ପବିତ୍ର ମୋହନ ବିଶ୍ୱାଳ ଆତ୍ମହତ୍ୟା ନୁହେଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ କଣ୍ଟାବଣିଆ ଥାନାର ଆଇଆଇସି ସବିତା ପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ଯେ ଏହା ଆତ୍ମହତ୍ୟା ଆମେ ସାଇଣ୍ଟିଫିକ ଟିମକୁ ଡକାଇଛୁ ତଦନ୍ତ ପରେ ସବୁ ଜଣାପଡିଛି । ତେବେ କାରଖାନା ପରିସରରେ କିଭଳି ଜଣେ ଶ୍ରମିକ ଆତ୍ମହତ୍ୟା କରିଲା ତାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି ।

new life
You might also like
error: Content is protected !!