News
lipub
samparksetu

ନୂତନ ଭୋଟର ପଞ୍ଜିକରଣ ତଥା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁନେଇବିଲରେ ନୂତନ ଭୋଟର ପଞ୍ଜିକରଣ ତଥା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ଅଧ୍ୟକ୍ଷ ଶିଶିର କୁମାର ରାଉତ ଅଧ୍ୟକ୍ଷତା କରିବା ସହ ସଚେତନ ନାଗରିକ ହୋଇ ଭୋଟ ଦେବାପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ କଲେଜରେ ମତଦାନ ଉପରେ ଏକ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ଓ କଲେଜର ସମସ୍ତ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ। କଲେଜର ଅଧ୍ୟାପିକା ରୋଜାଲିନ ଦାଶ, ଅଧ୍ୟାପକ ବ୍ରହ୍ମାନନ୍ଦ ଦାସ, ଅଧ୍ୟାପିକା ପ୍ରିୟମ୍ବଦା ରାଉତ, ଅଧ୍ୟାପକ ଅନିଲ କୁମାର ସ୍ବାଇଁ, କ୍ରୀଡା ପ୍ରଶିକ୍ଷକ ପ୍ରହଲ୍ଲାଦ ରାଉତ, ଲାଇବ୍ରେରିଆନ୍ ପୀତବାସ ରାଉତ, ତୋଫାନ ରାଉତ, ରମେଶ ରାଉତ ଓ ପ୍ରଭାକର ମହାନ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ବରିଷ୍ଠ ଅଧ୍ୟାପକ ଡ଼. ସିଦ୍ଧାର୍ଥ ଶଙ୍କର ମହାନ୍ତି ଗଣତନ୍ତ୍ରରେ ନାଗରିକ ତଥା ଭୋଟର ମାନଙ୍କ ଅଧିକାର ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

new life
You might also like
error: Content is protected !!