News
lipub
samparksetu

ବାଇକ ଦୁର୍ଘଟଣାରେ କମ୍ପାନୀ କର୍ମଚାରୀଙ୍କ ମୃତ୍ୟୁ

ବାଇକ ଦୁର୍ଘଟଣାରେ ଆଇରନ କମ୍ପାନୀର କର୍ମଚାରୀ ଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ତୁମୁସିଙ୍ଗା ଥାନା ନୁଆଙ୍ଗବିଲ ଗ୍ରାମର କାହ୍ନୁଚରଣ ବିଶ୍ବାଳ। ସେ ଗତକାଲି ରାତି ପ୍ରାୟ ୧୦ ଟା ବେଳକୁ କମ୍ପାନିରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଅଁଳାବେରେଣୀ ପେଟ୍ରାଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଥିଲା।

ସୁଚନା ଅନୁଯାୟୀ , କାହ୍ନୁଚରଣ ସବୁଦିନ ରାତିରେ କମ୍ପାନିରୁ ଡ୍ୟୁଟି ସାରି ବାଇକ ଯୋଗେ ଘରକୁ ଫେରନ୍ତି।ଗତକାଲି ରାତିରେ ସେ ଘରକୁ ଆଉ ଫେରିନଥିଲେ। ତେବେ ଏନେଇ ପରିବାର ତରଫରୁ ଆଜି ସକାଳୁ ଖୋଜାଖୋଜି କରିଥିଲେ ମଧ୍ୟ କୈାଣସି ସନ୍ଧାନ ମିଳିପାରି ନଥିଲା।

ଅପରାହ୍ନରେ ଅଁଳାବେରେଣୀ ପେଟ୍ରୋଲ ପମ୍ପ ରାସ୍ତା ପାର୍ଶ୍ବ ନଟିରେ ତାଙ୍କର ବାଇକଟି ପଡିଥିବାର ସ୍ଥାନିୟ ଲୋକେ ଦେଖିବାକୁ ପାଇଥିଲେ। ଏବଂ କିଛି ଦୂରରେ କାହ୍ନୁଚରଣଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା। ସ୍ଥାନିୟ ଲୋକେ ପୋଲିସ ଏବଂ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି।

new life
You might also like
error: Content is protected !!