News
lipub
samparksetu

ଢେଙ୍କାନାଳ ଜିଲ୍ଲାରେ ବିଶ୍ୱ ମତ୍ସ୍ୟ ଦିବସ ପାଳନ

ଜିଲ୍ଲା ମତ୍ସ୍ୟ ଅଧିକାରୀ କାର୍ଯ୍ୟାଳୟରେ ବିଶ୍ଵ ମତ୍ସ୍ୟ ଦିବସ କୋଭିଡ୍ କଟକଣା ମଧ୍ୟରେ ପାଳନ କରାଯାଇଛି । ଏହି ସମାରୋହରେ ଢେଙ୍କାନାଳର ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ମହୋଦୟ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୫୫ ଜଣ ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଯୋଗ ଦେଇଥିଲେ। ଏତଦ୍ ବ୍ୟତୀତ ଜିଲ୍ଲାର ସମସ୍ତ ସହକାରୀ ମତ୍ସ୍ୟ ଅଧିକାରୀ, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ତଥା କାର୍ଯ୍ୟାଳୟର ସମସ୍ତ କର୍ମଚାରୀଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ କିଶୋର ଭୂୟାଁ ସ୍ୱାଗତ ଭାଷଣ ଦେବା ସହ ବିଶ୍ୱ ମତ୍ସ୍ୟ ଦିବସ ପାଳନ ର ମହତ୍ତ୍ଵ ତଥା ଜିଲ୍ଲାର ମତ୍ସ୍ୟ ଚାଷୀ ମାନଙ୍କର କିପରି ଆୟ ବୃଦ୍ଧି ହୋଇପାରିବ, ସେ ଦିଗରେ ସବିଶେଷ ବିବରଣୀ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳଙ୍କ ଦ୍ୱାରା ହିତାଧିକାରୀଙ୍କୁ ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନାରେ ମିଳୁଥିବା ରିହାତିକୁ ଚେକ୍ ସୂତ୍ରରେ ପ୍ରଦାନ କରାଯାଇଥିଲା।ଜିଲ୍ଲାପାଳ ମହୋଦୟ ଜିଲ୍ଲାକୁ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ୱୟଂ ସଂପୂର୍ଣ୍ଣ କରିବା ନିମନ୍ତେ ସମସ୍ତ ମତ୍ସ୍ୟ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ।

ମତ୍ସ୍ୟ ଚାଷୀ ମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନା ଓ ଜିଲ୍ଲାର ସଫଳ ମତ୍ସ୍ୟ ଚାଷୀଙ୍କ କାହାଣୀ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା।

ଜିଲ୍ଲା କାର୍ଯ୍ୟାଳୟର ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ମନ୍ଦାକିନୀମାଳା ପ୍ରଧାନ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ଶୋଭନ ସାମଲ ସଭା ପରିଚାଳନା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

new life
You might also like
error: Content is protected !!