News
lipub
samparksetu

ନଦୀକୁ ଡେଇଁଲା ଅଦର୍ଶ ବିଦ୍ୟାଳୟ ଛାତ୍ର,କାରଣ ଅସ୍ପଷ୍ଟ

ଢେଙ୍କାନାଳ କଙ୍କଡାହାଡ଼ ଥାନା କନ୍ଧରା ଓଡିଶା ଅଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ରାମିଆଳ ନଦୀକୁ ଡେଇଁ ଥିବାର ସୂଚନା ମିଳିଛି ।

ସୂଚନା ଅନୁଯାୟୀ , ଆଜି ଅପରାହ୍ନ ୨ଟା ୩୦ ବେଳକୁ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ଛାତ୍ର ଦୀପକ ଗୋଛ।ୟତ (୧୨) କୌଣସି କାରଣ ପାଇଁ ରାମିଆଳ ନୁଆଁ ସେତୁ ଉପରକୁ ଯାଇ ତଳକୁ ଡେଇଁଥିଲା । ତାଙ୍କୁ ପାଖରେ ଥିବା ଲୋକେ ଉଦ୍ଧାର କରିଥିଲେ ।

ଦୀପକଙ୍କ ଦାଦା ଏହି ବିଦ୍ୟାଳୟରେ କ୍ରୀଡା ଶିକ୍ଷକ ଅଛନ୍ତି ତେଣୁ ଦୀପକ ତାଙ୍କ ଦାଦାଙ୍କ ସହିତ କଙ୍କଡାହାଡ଼ରେ ରହି ପାଠ ପଢିବା ପାଇଁ ଦୈନିକ ବିଦ୍ୟାଳୟ କୁ ଯାଇଥାନ୍ତି ।ଖବର ପାଇ କଙ୍କଡାହାଡ଼ ପୋଲିସ ଛାତ୍ର ଜଣଙ୍କୁ କଙ୍କଡାହାଡ଼ ମେଡ଼ିକାଲ ରେ ଭର୍ତ୍ତି କରିବା ସହ ଅଧିକ ତଦନ୍ତ କରୁଛି ପୋଲିସ ।ଅନ୍ୟପଟେ ବିଦ୍ୟାଳୟ ଅଧ୍ୟକ୍ଷ ଦୀପକ କୁମାର ନାୟକ କହିଛନ୍ତି ତଦନ୍ତ ପରେ ଯାହାକିଛି ଜଣା ପଡିବ ।

new life
You might also like
error: Content is protected !!