News
lipub
samparksetu

ଢେଙ୍କାନାଳ ର ରଶ୍ମି ମହାରଣା ହେଲେ ଆର୍ଟ ଅଫ ଲିଭିଙ୍ଗ ପ୍ରଶିକ୍ଷକା

ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଙ୍କ ଆଶୀର୍ବାଦ ସ୍ୱରୂପ ଆର୍ଟ ଅଫ ଲିଭିଙ୍ଗ ବ୍ୟକ୍ତି ବିକାଶ କେନ୍ଦ୍ର ତରଫରୁ ପ୍ରଶିକ୍ଷକା ଭାବେ ରଶ୍ମି ମହାରଣା ମାନ୍ୟତା ପ୍ରାପ୍ତ କରିଛନ୍ତି । ଗତ ୧୦- ୨୪ ତାରିଖ ମଧ୍ୟରେ ବିହାର ସ୍ଥିତ ବୋଧଗୟା ଆଶ୍ରମ ରେ ଆୟୋଜିତ ୧୫ ଦିନିଆ ଶିବିରରେ ଆର୍ଟ ଅଫ ଲିଭିଙ୍ଗ ବୋଧଗୟା ଆନ୍ତର୍ଜାତିକ ଆଶ୍ରମ ର ତତ୍ତ୍ଵାବଧାରକ ସ୍ବାମୀ ଓଁକରାନନ୍ଦ୍ ଜି ଙ୍କ ସାନିଧ୍ୟ ରେ ପ୍ରଶିକ୍ଷକ ମହେଶ ଶର୍ମା ଓ ସୁଶ୍ରୀ ଶବରୀ ଙ୍କ ଦ୍ଵାରା ସଂଚାଳିତ ପ୍ରଶିକ୍ଷଣ ଶିବିର ରେ ଏହି ଶିକ୍ଷା ପ୍ରାପ୍ତ କରି ହାପିନେସ ଟିଚର ହେବାର ସୌଭାଗ୍ୟ ଲାଭ କରି ଢେଙ୍କାନାଳ ତଥା ଓଡ଼ିଶାବାସୀଙ୍କୁ ଗୌରବାନ୍ଵିତ କରିଛନ୍ତି ସୁଶ୍ରୀ ରଶ୍ମି ମହାରଣା ।

ରଶ୍ମି ଙ୍କର ଏହି ସଫଳତାର ସମ୍ପୂର୍ଣ୍ଣ ଧ୍ୟେୟ ଆର୍ଟ ଅଫ ଲିଭିଙ୍ଗ ର ବରିଷ୍ଠ ପ୍ରଶିକ୍ଷକ ସ୍ବର୍ଗତ ତପନ ଭାଇ ଙ୍କୁ ଦିଅନ୍ତି ବୋଲି କହିଛନ୍ତି । ଅନ୍ୟପଟେ ଏହି ସଫଳତା ପାଇଁ ଢେଙ୍କାନାଳ ଚାପ୍ଚର ତରଫରୁ ବରିଷ୍ଠ ଶିକ୍ଷକ ଜୟଲକ୍ଷ୍ମୀ ଦୋରା ,କାମାକ୍ଷା ପ୍ରସାଦ ଲେଙ୍କା, ସୁଜାତା ମହାନ୍ତି, ସଂଯୁକ୍ତା ଶତପଥୀ, ପ୍ରଳୟ ଦାସ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମନୋରଞ୍ଜନ ମହାନ୍ତି, ମନୋରଞ୍ଜନ ଦାସ, ରଶ୍ମି ଦାସ, ବାବୁଲା ସାହୁ ଏବଂ ଅନ୍ୟ ସଦସ୍ୟ ମାନେ ଶୁଭେଚ୍ଛା ଜଣାଇଛନ୍ତି ।

new life
You might also like
error: Content is protected !!