News
lipub
samparksetu

ହିନ୍ଦୋଳ ସାମ୍ବାଦିକ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚିତ

ହିନ୍ଦୋଳ ଉପଖଣ୍ଡ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ଆଜି ହିନ୍ଦୋଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ସାଧାରଣ ବୈଠକ ରେ ସମସ୍ତ କର୍ମକର୍ତ୍ତା ମାନଙ୍କୁ ନେଇ ବିଭିନ୍ନ ସମସ୍ୟା ର ସମାଧାନ କରାଯିବା ସହ ସଂଘ କୁ ଆଗାମୀ ଦିନରେ କିପରି ଅଧିକ ଶକ୍ତିଶାଳୀ ଏବଂ ପ୍ରଗତିଶୀଳ କରାଯାଇପାରିବ ସେ ନେଇ ଆଲୋଚନା କରାଯାଇ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ନିଷ୍ପତି ହୋଇଥିଲା।

ଏଥି ସହ ସାଧାରଣ ନିର୍ବାଚନ ମଧ୍ୟ ଅନୁଷ୍ଠିତ ମଧ୍ୟ ହୋଇଥିଲା। ସଂଘର ନୂତନ ସଭାପତି ଭାବେ ବାରିଷ୍ଠ ସଦସ୍ୟ ସାମ୍ବାଦିକ ବିକ୍ରମ ସାହୁ ଙ୍କୁ ସମସ୍ତ ସଦସ୍ୟ ଙ୍କ ଅନୁମୋଦନ କମେ ସଭାପତି ଭାବେ ନିଯୁକ୍ତ କରାଯାଇଥିବା ବେଳେ ସମ୍ପାଦକ ଭାବେ ବରିଷ୍ଠ ସଦସ୍ୟ ସୁମନ୍ତ ଦେହୁରୀ, ଉପସଭାପତି ଭାବେ ଦିନେଶ ଦେହୁରୀ, ଯୁଗ୍ମ ସମ୍ପାଦକ ଭାବେ ପ୍ରତାପ ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ରବି ନାରାୟଣ ପଟ୍ଟନାୟକ, ଉପଦେଷ୍ଟା ଭାବେ ଦିଲ୍ଲୀପ ବେହେରା ଙ୍କୁ ସର୍ବ ସମ୍ମତି କ୍ରମେ ନିଯୁକ୍ତ କରାଯାଉଛି। ଚଳିତ ବର୍ଷ ସଂଘ ରୋପ୍ୟ ଜୟନ୍ତୀ ପାଳନ କରିବାକୁ ସଂଘ ପକ୍ଷରୁ ସ୍ଥିରୀକୃତ ହୋଇଛି।

ନୂତନ କର୍ମକର୍ତ୍ତା ମାନେ ଆଗାମୀ ଦିନରେ ସଂଘ ର କାର୍ଯ୍ୟ ଧାରାକୁ ଆଗେଇ ନେବାକୁ ତାଙ୍କର ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି।ବିଶେଷ ଭାବେ ସଂଗଠନ କୁ ସୁଦୃଢ କରିବା। ଏବେ ସାମ୍ବାଦିକଙ୍କ ସୁରକ୍ଷା ଉପରେ ବିଶେଷ ଭାବେ ଧ୍ୟାନ ଦେବାକୁ କହିଛନ୍ତି

new life
You might also like
error: Content is protected !!