News
lipub
samparksetu

ରାଜ୍ୟ ତୈଳିକ ବୈଶ୍ୟ ସମାଜର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ଢେଙ୍କାନାଳ ସଦର ବ୍ଳକ ଛକିଲୋ ଯାତ୍ରା ପଡ଼ିଆଠାରେ ଢେଙ୍କାନାଳ ଛଦେଶ (ଖ) ରାଜ୍ୟ ତୈଳିକ ବୈଶ୍ୟ ସମାଜର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟସଭାପତି ପ୍ରଭାକର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ ପ୍ରାକ୍ତନ ସପ୍ତରାଜ୍ୟ ରାଜ୍ୟସଭାପତି ଡ.ଅନ୍ତର୍ଯ୍ୟାମୀ ସାହୁ,ସଂପାଦକ ସୁଧାକର ସାହୁ, ଦୁର୍ଯ୍ୟଧନ ସାହୁ, ଉପ ସଭାପତି ଶ୍ରୀଧର ସାହୁ,ହରେ କୃଷ୍ଣ ସାହୁ, ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ ।

ଗତ ୧ ବର୍ଷ ମଧ୍ୟରେ ସମାଜରେ ହୋଇଥିବା ବିଭିନ୍ନ ସମସ୍ୟା ଗୁଡ଼ିକ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ତାହାର ଫଇସଲା କରାଯାଇଥିଲା । ପ୍ରତିବର୍ଷ ଭଳି ସମାଜର ମେଧା ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସମାଜରେ ଥିବା ନିରିହ ଅସହାୟ ମାନଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ ଓ ସହାୟତା ପ୍ରଦାନ କରାଯାଇଥିଲା ।

ଏହି ସମାଜରେ ଥିବା ସଦର ସାହି, ଛକଲୋ ସାହି, ଘଟିପିରିସାହି, ରାମେଶ୍ଵର ପୁର ସାହି, ହରିଡା ପଶିସାହି, ଇନ୍ଦିପୁର ସାହି, ମଦନମୋହନ ପୁର ସାହି, ବରଷ ଘରିଆ ସାହି, କଳାଙ୍ଗ ସାହି, ଇଚ୍ଛାପୁର ସାହି, ଇନ୍ଦିପୁର ନୂଆସାହି, ପାଣୁମୁର୍ଗା ସାହିର ସାହିବେହେରା ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସାହିର ସମସ୍ୟାକୁ ପ୍ରକାଶ କରିବା ସହିତ ଆଲୋଚନା କରିଥିଲେ।ଛକିଲୋ ସାହି ଭାଇ ଓ ବେହେରା ପ୍ରଶାନ୍ତ କୁମାର ସାହୁଙ୍କ ଦ୍ଵାରା ଏହା ଆୟୋଜନ କରାଯାଇଥିଲା ।

new life
You might also like
error: Content is protected !!