News
lipub
samparksetu

ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦି ପରିସରରେ ସତ୍ୟ ଅଲେଖ ମହିମା ଧର୍ମ କୌପୁନି ଧାରୀ ମହିମା ସମାଜ ତରଫରୁ ରଘୁନାଥ ବାବା ଙ୍କ ସଭାପତିତ୍ୱରେ ମହିମାଧର୍ମ ସାହିତ୍ୟର ଆଦ୍ୟ ପ୍ରବକ୍ତା ସନ୍ଥକବି ଭୀମଭୋଇ ଜୟନ୍ତୀ ପାଳିତ ହୋଇଯାଇଛି l ପ୍ରଥମେ ଭୀମ ଭୋଇ ଙ୍କ ପ୍ରତିମୂର୍ତ୍ତି ରେ ଅଲେଖ ଡାକ ଦେଇ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚନା ପୁହାଣ, ସନମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଉର୍ନୟନ ଅଧିକାରୀ ସନାତନ ମଲିକ, ଜିଲା ପରିଷଦ ବିଶ୍ଵନାଥ ଚିନରା, ଯୋରନ୍ଦା ଗ୍ରାମପଂଚାୟତ ସରପଞ୍ଚ ଶ୍ରୀମତୀ ଆରତୀ ନାୟକ, ସମିତି ସଭ୍ୟ ପ୍ରତ୍ୟୁଷ ହରି ପ୍ରଧାନ,ମୁଖ୍ୟ ବକ୍ତା ଭାବେ ଉଦ୍ଧବ ଚରଣ ନାୟକ,ବୈକୁଣ୍ଠ ବିହାରୀ ଦେହୁରୀ,ଶଙ୍କର୍ଷଣ ଶତପଥୀ, ପ୍ରଶାନ୍ତ ମହାପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ,ଆନନ୍ଦ ଚନ୍ଦ୍ର ମହାନ୍ତି, ଯୋରନ୍ଦା ଗ୍ରାମର ପୀତବାସ ରାଉତ, ନେତ୍ରାନନ୍ଦ ରାଉତ, ରଶ୍ମିତା ରାଉତଙ୍କୁ ଉତ୍ତରୀୟ ଦେଇ ସଂମ୍ମାନିତ କରିଥିଲେ ରଘୁନାଥ ବାବା l

ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ସୁଧାଂଶୁ ରାଉତ, ଭୀମଭୋଇ ସ୍ମରଣେ ଭଜନ ଗୀତ ଗାନ କରିଥିଲେ ନିରୋଦ ଚନ୍ଦ୍ର ସାମଲ l ଆଖ ପାଖ ଅଞ୍ଚଳ ଏବଂ ଦୂର ଦୁରାନ୍ତରୁ ଭକ୍ତ ମଧ୍ୟ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମକୁ ସତ୍ୟ ଅଲେଖ ମହିମା ଧର୍ମ କୌପୁନିଧାରୀ ମହିମା ସମାଜ ସମ୍ପାଦକ ସୁଶାନ୍ତ ବାବା ପରିଚାଳନା କରିଥିଲେ l

new life
You might also like
error: Content is protected !!