News
lipub
samparksetu

ଝୁଲନ୍ତା ଅବସ୍ଥାରେ ମୃତ୍ୟୁଦେହ ଉଦ୍ଧାର

ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ଏନ ଏ ସି ରୁ ଆଜି ଜଣେ ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି। ଆଜି ସକାଳ ୧୧ଘଣ୍ଟା ପାଖାପାଖି ହିନ୍ଦୋଳ ଥାନା ଅନ୍ତର୍ଗତ ହିନ୍ଦୋଳ ଏନ ଏ ସି ର ୱାର୍ଡ଼ ନଂ-୨ ସାଇମନ୍ଦିର ନିକଟରେ ଥିବା ଏକ ଆମ୍ବ ତୋଟାରେ ଜିନିକ ଯୁବକର ମୃତ୍ୟୁ ଦେହ ଝୁଲୁ ଥିବାର ଦେଖିବାକୁ ପାଇ କିଛି ଲୋକ ହିନ୍ଦୋଳ ଥାନାରେ ଖବର ଦେଇଥିଲେ।

ଶବ ଟି ବେକରେ ଏକ ପ୍ଲାଷ୍ଟିକ ଦଉଡି ବନ୍ଧା ହୋଇଥିବା ବେଳେ ତଳେ ଏକ ହିରୋହଣ୍ଡା ବାଇକ ରହିଥିଲା ଏବଂ ଶବ ର ଗୋଡ଼ ବାଇକ ଉପରେ ରହିଥିଲା।ଏଥିସହିତ ବାମ ହାତ ପାପୁଲି ନିକଟରେ ରକ୍ତ ଝରୁଥିବା ବେଳେ ଯୁବକଟି ଗୋଟିଏ ଜିନ ପ୍ୟାଣ୍ଟ, ଫୁଲ ଶାର୍ଟ ପିନ୍ଧିଥିବା ବେଳେ ବେକରେ ଏକ ଗାମୁଛା ଥିଲା।ଖବର ପାଇ ହିନ୍ଦୋଳ ଥାନା ଅଧିକାରୀ ଶ୍ରୀମତୀ ଚାରୂଲତା ବେହେରା ସଦଳେ ବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ଏବଂ ଯୁବକଟିର ପରିଚୟ ପାଇବା ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଯୁବକଟି ହେଲା ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେନ୍ଥପୁର ଅଞ୍ଚଳର ଶିଶିର ତ୍ରିପାଠୀ ଙ୍କ ପୁତ୍ର ସତ୍ୟବ୍ରତ ତ୍ରିପାଠୀ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।ହିନ୍ଦୋଳ ପୋଲିସ ତଦନ୍ତ ଆରମ୍ଭ କରି କେଶ ନଂ-୧୧୯/୨୨ରେ ମାମଲା ରୁଜ୍ଜୁ କରି ଶବ କୁ ଜବତ କରିଛି ଏବଂ ସାଇଣ୍ଟିଫିକ ଟିମ ତଦନ୍ତ କରିବା ପରେ ଶବ ବ୍ୟବଛେଦ ହେବ ବୋଲି ଜଣା ପଡ଼ିଛି।ମୃତ୍ୟୁ ର କାରଣ ସଠିକ ଭାବରେ ଜଣା ପଡିନଥିଲେ ମଧ୍ୟ ଏହା ପାରିବାରିକ କଳହ କିମ୍ବା ଭଲପାଇବା ଜନିତ କିମ୍ବା ଅନ୍ୟ କୌଣସି କାରଣ ତାହା ଶବବ୍ୟବଛେଦ ରିପୋର୍ଟ ଆସିଲେ ଜଣା ପଡିବବୋଲି ଅନୁମାନ କରାଯାଉଛି।

new life
You might also like
error: Content is protected !!