News
lipub
samparksetu

ବିବାହିତା ମହିଳାଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଆଜି ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବାର ଜଣାପଡ଼ିଛି।ଖବରରୁ ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ୱାର୍ଡ ନଂ-୭ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଅକ୍ଷୟ ବେହେରା ଙ୍କ ସାନ ଝିଅ ଦୀପା ବେହେରା(୨୬) ନୟାଗଡ଼ ଜିଲ୍ଲାର ନୂଆଗାଁ ଥାନା ଅନ୍ତର୍ଗତ ଥୁଆବାରୀ ଅଞ୍ଚଳର ବରଜୁ ନାଏକଙ୍କ ପୁଅ ବିରଞ୍ଚି ନାରାୟଣ ନାଏକଙ୍କ ସହ ୧୦ବର୍ଷ ତଳେ ବିବାହ ହୋଇଥିଲା ।

ମାତ୍ର ଏକ ଦୁର୍ଘଟଣାରେ ବିରଞ୍ଚି ଅକର୍ମଣ୍ୟ ହୋଇଯିବାରୁ ଦୀପା ନିଜ ବାପା ଘରେ ଆସି ରହୁଥିଲେ।ଏହା ମଧ୍ୟରେ ଦୀପାଙ୍କର ଗୋପାଳପୁର ଗ୍ରାମର ଜୈନିକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ଦୀର୍ଘଦିନ ଧରି ପ୍ରେମ ଚାଳିବାପରେ ସମ୍ପୃକ୍ତ ପ୍ରେମିକ ଯୁବକଙ୍କ ପତ୍ନୀ ଜାଣିବା ଫଳରେ ଏଥିପାଇଁ ଦିପା ଙ୍କ ସହ ଅଳ୍ପଦିନ ତଳେ ସମ୍ପୃକ୍ତ ପ୍ରେମିକଙ୍କ ସ୍ତ୍ରୀ ସହିତ ଝଗଡା ହୋଇଥିଲା ଏବଂ ସେଥିପାଇଁ ଦୀପା ଆଜି ଅପରାହ୍ନରେ ନିଜ ପିତାଙ୍କ ଘରେ ଆତ୍ମହତ୍ୟା କରିଥିବା ତାଙ୍କ ବାପା ଅକ୍ଷୟ ପ୍ରକାଶ କରିଛନ୍ତି। ଖବର ପାଇ ହିନ୍ଦୋଳ ଥାନା ପୋଲିସ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନାକୁ ପଠାଇ ଦେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି।ଉଲ୍ଲେଖ ଯୋଗ୍ୟ ଯେ ଏହି ଆତ୍ମହତ୍ୟା କୁ ନେଇ ହିନ୍ଦୋଳ ଏନଏସି ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

new life
You might also like
error: Content is protected !!