News
lipub
samparksetu

ମେସିନ୍ ରେ NRGS କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ ପିଟ୍, ଥାନାରେ ପୃଥକ୍ ପୃଥକ୍ ଦୁଇ ମାମଲା ରୁଜ୍ଜୁ

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଜରଡା ପଞ୍ଚାୟତ ରେ NRGS କାମ ଖୁଲମ୍ ଖୋଲା ଭାବେ ସ୍ପଷ୍ଟ ଦିବାଲୋକରେ ହେଉଥିବାର ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଆଜି ଏହି ଗ୍ରାମର ପ୍ରତାପ ସାହୁ ଦିନ ପ୍ରାୟ ଏଗାରଟା ବେଳେ ପଂଚାୟତ କାର୍ଯ୍ୟାଳୟରେ EO ଙ୍କୁ ଭେଟି ଅଭିଯୋଗ କରିଥିଲେ।

ଗ୍ରାମର ଜବ୍ କାଡ୍ ଧାରି ଶ୍ରମିକ ମାନେ କାମ ନ ପାଇ ହାତ ବାନ୍ଧି ଘରେ ବସୁଥିବା ବେଳେ ବାଲି କିଆରୀ ନୂଆ ସାହି ରେ କିପରି ମେସିନ୍ ରେ ମାଟି କାମ ହେଉଛି ପଚାରିଥିଲେ। ଏଥିରେ EO ହଠାତ୍ ରାଗିଯାଇ ତୁମର କିଛି କାମ ନାହିଁ ଖାଲି ଆମ ବିରୁଦ୍ଧରେ ଲାଗୁଚ କହିବା ସହ ଏହାକୁ ଧକ୍କା ଦେଇ ବାହାରକୁ ବାହାର କରି ଦି ଅ କହିବାରୁ ପାଖରେ ଥିବା ସତ୍ୟାନନ୍ଦ ଦାସ ଙ୍କ ପୁଅ ହିମାଂଶୁ ତାଙ୍କୁ ଧକ୍କା ମାରି ମୁହଁ ଫଟେଇ ଦେଇଥିବାର ପ୍ରତାପ ଥାନାରେ ଅଭିଯୋଗ କରିଛନ୍ତି।

ପ୍ରତାପଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଥିବା ବେଳେ ହିମାଂଶୁ ଙ୍କ ଅଭିଯୋଗ କ୍ରମେ ଏକ ପାଲଟା ମାମଲା ପଞ୍ଜିକୃତ ହେଇଛି। ଏହାକୁ ନେଇ ଗ୍ରାମରେ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।

new life
You might also like
error: Content is protected !!