News
lipub
samparksetu

ହିନ୍ଦୋଳ ଏନଏସି ରେ ଦାଣ୍ଡିଯାତ୍ରା ଉଦଘାଟିତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ରେ ଗୁରବାର ବହୁ ପ୍ରତୀକ୍ଷିତ ବିରାଟ ଜାତୀୟ ପତାକା ଉତ୍ତୋଳନ ଓ ଦାଣ୍ଡିଯାତ୍ରା ଉଦଘାଟିତ ହୋଇଯାଇଛି।ହିନ୍ଦୋଳ ଏନ ଏ ସି ରାଜସ୍ୱ ବଙ୍ଗଳା ସାମ୍ନାରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଭାବରେ ଢେଙ୍କାନାଳ ଜିଲ୍ଲାର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିବା ,ବେଳେ ସମ୍ମାନିତ ଅତିଥି ଭାବରେ ହିନ୍ଦୋଳର ମାନ୍ୟବର ବିଧାୟିକା ଶ୍ରୀମତୀ ସୀମାରଣୀ ନାୟକ, ଜିଲାପାଳ ସରୋଜ କୁମାର ସେଠୀ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ହିନ୍ଦୋଳ ଉପଜିଲାପାଳ ଶିବାନନ୍ଦ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷା ସସ୍ମିତା ନାୟକ, ବ୍ଲକ ଉପାଧ୍ୟକ୍ଷ ବରୁଣ ସର, ଏନ ଏ ସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିଭାସ, ଉପାଧ୍ୟକ୍ଷ ଟିମା ବେହେରା ଓ ସମସ୍ତ କାଉନସିଲର ବୃନ୍ଦ ଯୋଗଦେଇଥିବା ।

କୋର୍ଟ ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଅତିଥି ମାନଙ୍କୁ ଏକ ବିରାଟ ପଟୁଆରେ ପଦଯାତ୍ରା କରି ନିଆଯାଇ ବ୍ଲକ ଛକ ନିକଟରେ ପହଞ୍ଚିଥିଲେ ଏବଂ ସେଠାରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଉଦଘାଟନ କରିବା ସହ ସେଠାରେ ଅବସ୍ଥିତ ବିରାଟ ଜାତୀୟ ପତାକା ଉତ୍ତୋଳନର ଉଦଘାଟନ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ମହେଶ ସାହୁ ଉଦଘାଟନ କରିଥିଲେ।

ସମସ୍ତ ଅତିଥି ମାନେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ଆୟୋଜିତ ଏକ ସଭାରେ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଦଣ୍ଡିଯାତ୍ରା ର ମହତ୍ତ୍ୱ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।

new life
You might also like
error: Content is protected !!