News
lipub
samparksetu

ସନ୍ଧ୍ୟା ରେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

କାମାକ୍ଷାନଗର ସହର ଉପକଣ୍ଠ ଅନନ୍ତପୁର ସାହିରୁ ସନ୍ଧ୍ୟା ବେଳକୁ ଘରୁ ଲୁଟିନେଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ ,ଧର୍ମାନନ୍ଦ ସେଠୀ ଓ ତାଙ୍କ ପତ୍ନୀ କୌଣସି କାମରେ ଗତକାଲି ସନ୍ଧ୍ୟା ବେଳକୁ ଘରୁ ବାହାରକୁ ଯାଇଥିଲେ , ଫେରିବା ପରେ ଘରର ତାଲା ଭାଙ୍ଗିବା ସାଙ୍ଗକୁ ଗଡ଼ରେଜ ଲକର ଭାଙ୍ଗି ସେଥିରେ ଥିବା ୧୦ ହଜାରରୁ ଅଧିକ ଟଙ୍କା ଓ ଅଳଙ୍କାର ଚୋରି ହୋଇଥିବା ଦେଖିଥିଲେ ଏବଂ ପରେ କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ ।

ଯଦି ସନ୍ଧ୍ୟା ସମୟରେ ସହର ମଧ୍ୟରେ ଏହିଭଳି ଘଟଣା ଘଟୁଛି ତେବେ ଲୋକମାନେ କିପରି ସୁରକ୍ଷିତ ଭାବରେ ରହିବେ ସେହି ଚିନ୍ତାରେ ଅଛନ୍ତି ।ଏବେ କାମାକ୍ଷାନଗର ଅଞ୍ଚଳରେ ବ୍ରାଉନ ସୁଗାର ଭଳି ନିଶା କାରବାର ବଢୁଥିବା କାରଣରୁ ଏହି ଘଟଣା ବଢୁଛି ।ଏହା ଉପରେ ପୋଲିସ ନଜର ଦେବା ଆବଶ୍ୟକ ହୋଇ ପଡିଛି ।ଅଭିଯୋଗ ପରେ କାମାକ୍ଷାନଗର ପୋଲିସ ତଦନ୍ତ ଆରମ୍ଭ କରିଛି ।

new life
You might also like
error: Content is protected !!