News
lipub
samparksetu

ଘରେ ପଶି ଲୁଟିନେଲେ ସୁନା ଚେନ

ଘରେ ପଶି ବେକକୁ ଧରି ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ। ଏହିଭଳି ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ଗଡଗହଁପୁର ଗ୍ରାମରେ। ଆଜି ସଂନ୍ଧ୍ୟା ୬.୪୦  ସମୟରେ ଗଡଗହଁପୁର ଗ୍ରାମର ବସନ୍ତ ବର୍ଦ୍ଧନଙ୍କ ଘରୁ କିଛି ଦୁର୍ବୃତ୍ତ ମଟରସାଇକେଲରେ ଆସି ସୁନା ଚେନ ଲୁଟି ନେଇଛନ୍ତି ।

ଚୋର ପ୍ରଥମେ ଘରେ କବାଟ ବାଡାଇ ମିଠାକଥା କହି ଡାକିଥିଲେ।କବାଟ ଖୋଲିବା ପରେ ତାଙ୍କ ବୋହୁ ବିଭୁସ୍ମିତା ବର୍ଦ୍ଧନଙ୍କୁ କାବୁ କରିନେଇ ଦେଢଭରିର ସୁନାଚେନ ଲୁଟିନେଇଥିଲେ। ତେବେ ଲୁଟ କରିବା ସମୟରେ ବିଭୁସ୍ମିତାଙ୍କ ହାତରେ ମଧ୍ୟ ସୁନାଚେନର କିଛି ଅଂଶ ରହିଯାଇଛି।ତେବେ ଅଭିଯୋଗ ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

new life
You might also like
error: Content is protected !!