News
lipub
samparksetu

କୂଅରେ ପଡି ମହିଳା ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅଞ୍ଚଳରେ ପାଣି କାଢ଼ିବା ସମୟରେ କୂଅରେ ପଡି ଜଣେ ମହିଳା ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।ସୂତ୍ରରୁ ପ୍ରକାଶ ଯେ ,ହିନ୍ଦୋଳ ବ୍ଲକ ରାସୋଳ ଥାନା ଅନ୍ତର୍ଗତ ଜରଡ଼ା ପଂଚାୟତର ଠେଙ୍ଗା ଗ୍ରାମର ଅଖିଳ ବିଶ୍ବାଳଙ୍କ ପତ୍ନୀ ଜ୍ୟୋସ୍ନାରାଣୀ ବିଶ୍ୱାଳ ନିତିଦିନ ଭଳି ଆଜି ସକାଳ ୮ଟାରେ ଗାଧୋଇବା ପାଇଁ ନିଜ ଘର ପାଖ କୂଅରୁ ପାଣି କାଢ଼ିବା ସମୟରେ ଗୋଡ଼ ଖସିଯିବାରୁ କୂଅ ଭିତରେ ଖସି ପଡ଼ିଥିଲେ l

କୂଅରେ ପଡି ଚିତ୍କାର କରୁଥିବାର ଶୁଣି ପରିବାର ଲୋକେ ଓ ଗ୍ରାମବାସୀ ଅଗ୍ନିଶମ ବିଭାଗ କୁ ଖବର ଦେବା ସହ ତାଙ୍କୁ କୂଅରୁ ଉଦ୍ଧାରକୁ ଉଦ୍ୟମ କରିଥିଲେ ଏବଂ ତୁରନ୍ତ ଦମକଳ ଗାଡି ପହଂଚିବାରୁ ସମସ୍ତେ ମିଶି ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମାତ୍ର ଡାକ୍ତର ଜ୍ୟୋସ୍ନାଙ୍କୁ ମୃତ ଘୋଷଣା କରିଥିଲେ l

ଖବର ପାଇ ରାସୋଳ ଥାନା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଜ୍ୟୋସ୍ନାଙ୍କର ଦଶବର୍ଷ ର ଗୋଟିଏ ପୁଅ ଥିବାର ଜଣାପଡିଛି ଏବଂ ଗ୍ରାମରେ ଶୋକରଛାୟା ଖେଳିଯିବା ସହ ମୃତକ ଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି।

new life
You might also like
error: Content is protected !!