ଗଣେଶ ପୂଜା ପରେ ଭସାଣି ଉତ୍ସବ କୁ ନେଇ ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଷଣ୍ଢ ସାହି ଓ ସେଠୀ ସାହି ମଧ୍ୟରେ ଉପୁଜିଥିବା ବିବାଦ ମଙ୍ଗଳବାର ଦିନ ଅପରାହ୍ନରେ ସମାଧାନ ପାଇଁ ବାଟ ଫିଟିଛି ।
ଓଡ଼ିଶ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଆଜି ଅପରାହ୍ନ ଠାରେ ଓଡ଼ିଶ ସରପଂଚ ମୋହନ ମହାନ୍ତ କାମାକ୍ଷାନଗର ଉପଜ୍ଲିଲାପାଳ ଜ୍ୟୋତି ଶଙ୍କର ସାହୁ , ଭୁବନ ତହସିଲଦାର ରୋଜାଲିନ ବେହେରା , ଏସ୍ଡ଼ିପିଓ ରଂଜନ କୁମାର ଦେ , ଭୁବନ ଥାନା ଅଧିକାରୀ ସୈାଭାଗ୍ୟ କୁମାର ସ୍ୱାଇଁ , ଉଭୟ ଗୋଷ୍ଠିର ଭଦ୍ର ବ୍ୟକ୍ତି ମାନଙ୍କ ମତାମତକୁ ସମ୍ମାନ ଜଣାଇ ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ କରାଯାଇଛି ।
ସରପଚଂ ମୋହନ ମହାନ୍ତଙ୍କ ସୂଚନା ଅନୁଯାୟୀ ଆଗାମୀ ୧୫ ଦିନ ମଧ୍ୟରେ ସାତଟି ସାହିର ୫ଜଣିଆ ମୁରବି ମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ । ଏହି ପାଚଂ ଜଣିଆ କମିଟିରେ ଦୁଇ ଜଣ ମହିଳା ଓ ତିନି ଜଣ ପୁରୁଷ ସ୍ଥାନ ପାଇବେ ବୋଲି ଜଣାପଡିଛି । ଆଲୋଚନାରେ ଭାଗନେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ପୂର୍ବତନ ସରପଚଂ ରଘୁନାଥ ଷଣ୍ଢ , ରବିନାରାୟଣ ଷଣ୍ଢ ସରୋଜ କୁମାର ଷଣ୍ଢ , ସସ୍ମିତା ସେଠୀ , ଭରତ ସେନାପତି ପ୍ରମୁଖ ।
