ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ଟୋଲଙ୍କବେରେଣୀ ସ୍ଥିତ ବରିଷ୍ଠ ନାଗରିକ ସଂଘ ସଭାଘର ପରିସରରେ ଅନୁଷ୍ଠିତ ହୋଇଯାଇଛି ହିନ୍ଦି ଦିବସ । ତୃପ୍ତିପାଠାଗାର ଆୟୋଜନା କ୍ରମେ ଅନୁଷ୍ଠିତ ଉତ୍ସବରେ ପୂର୍ଣ୍ଣଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ପୂର୍ବତନ ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳ , ଭାଲୁଖାଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଚଂଚଲା ଦାସ , ବରିଷ୍ଠ ନାଗରିକ ସଂଘର ବେଣୁଧର ଗୁରୁ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅଵସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ହସ୍ତାକ୍ଷର , ଶୃତ୍ରଲିଖନ ରେ ରୋନୀ ସାହୁ , ବକୃତାରେ ବର୍ଷାରାଣି ପତି , ଶ୍ରେୟା ସେନାପତି ସଂଙ୍ଗୀତ ଦିବ୍ୟଜ୍ୟୋତି ସାହୁ , ଖୁସି ମୁଖୀ , ନୃତ୍ୟରେ ଚିନ୍ମୟୀ ଚିନରା , ସୁଶ୍ରୀ ସଂଙ୍ଗିତା ସାହୁ କୃତିତ୍ୱ ଅର୍ଜନ କରିଥିଲେ । ହିନ୍ଦି ଶିକ୍ଷୟତ୍ରୀ ଏମ. ପଲ୍ଲୀବାଲା , ସୁଲତାନା ବେଗମ , ମନିତା ସାହୁ , ହିନ୍ଦି ବିଶାରଦ ପଙ୍କଜ ସାମଲ , କୃଷ୍ଣଚନ୍ଦ୍ର ସାହୁ , ସରୋଜ କୁମାର ସାହୁ , ପର୍ଶୁରାମ ମଲ୍ଲିକ , ଈଶ୍ୱର ମୁଖୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।
