News
lipub
samparksetu

ଗାଧୋଇବାକୁ ଯାଇ କେନାଲରେ ଭାସିଗଲେ

ପରଜଙ୍ଗ ବ୍ଲକ ବସୁଲେଇ ପଞ୍ଚାୟତ ନିମଡିହି ସାହିର ଶରତ ନାଏକ ଙ୍କ ପୁଅ ପ୍ରମୋଦ ନାଏକ (୪୫) ଆଜି ବିଲ ରୁ କାମ ସାରି ମଧ୍ୟାହ୍ନରେ ସମୟରେ ରେଙ୍ଗାଲି ବାମ ପାର୍ଶ୍ୱ କେନାଲ କୁ ଗାଧୋଇବା ଯାଇଥିବା ବେଳେ ପାଣିର ପ୍ରଖୋର ସ୍ରୋତରେ ଭାସି ଯାଇଥିଲେ ।

ସ୍ଥାନୀୟ ଲୋକମାନେ ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀ କୁ ସୂଚନା ଦେଇଥିଲେ । ଖବର ପାଇଁ ପରଜଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ବହୁ ଖୋଜାଖୋଜି ପରେ ତାଙ୍କ ମୃତ ଦେହ ଉଦ୍ଧାର କରିଛି । ଦଦରାଘାଟି ଫାଣ୍ଡି ପୋଲିସ ପହଞ୍ଚି ମୃତ ଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଥିବା ସୂଚନା ମିଳିଛି । ଏନେଇ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

new life
You might also like
error: Content is protected !!