News
lipub
samparksetu

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡପଳାଶୁଣି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶୁକ୍ରବାର ଅନୁଷ୍ଠାନର ସଭାପତି ଦୁର୍ଯ୍ୟୋଧନ ବେହେରାଙ୍କ ସଭାପତିତ୍ବରେ ଏକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ରୀତା ସାହୁଙ୍କ ନେତୃତ୍ୱରେ ହୋଇ ଯାଇଥିବା କାର୍ଯ୍ୟକ୍ରମରେ ପ୍ରତ୍ୟେକ ଶିଶୁଙ୍କର ପ୍ରଥମ ଗୁରୁ ମାଆ ହୋଇଥାଏ ,ତେଣୁ ମାଆ ତାର ନିଜ ପିଲାଙ୍କ ଭବିଷ୍ୟତ ନିର୍ଭର କରିଥାଏ ,ଯଦି ମାଆର ସ୍ନେହ ଆଦର ଶିଶୁ ପ୍ରତି ଅବହେଳା କରିଥାଏ ତେବେ ସେ ଶିଶୁର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଚାଲିଯାଇଥାଏ l

ସମାଜରେ କିଭଳି ପ୍ରଂଶସିତ ହୋଇ ପାରିବ ସେଥି ପାଇଁ ମାଆର ମୁଖ୍ୟ ଭୂମିକା ରହିଛି ।ଯେପରି କଥାରେ ଅଛି ମାଆ ହେଲେ ପାଠୋଇ ଦେଶ ଯିବ ଆଗେଇ ,ଠିକ୍ ସେହିପରି ମାଆର ଶିଶୁ ପ୍ରତି ଯତ୍ନଶୀଳ ରହିବା ନିତ୍ୟାନ୍ତ ଆବଶ୍ୟକ । ଶିଶୁ ଅବସ୍ଥାରୁ ବିକଶିତ କରିବା ମାଆର କର୍ତ୍ତବ୍ୟ ,ଆଜିର ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ସମସ୍ତ ଗୁରୁଜୀ ,ଗୁରୁମା ଓ ସେବିକା ମାନଙ୍କ ପୂର୍ଣ୍ଣ ସହଯୋଗ ଦେଖିବାକୁ ମିଳିଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ମାନଙ୍କ ମାଆ ମାନେ ଉପସ୍ଥିତ ରହି ସେମାନଙ୍କ ସମସ୍ୟା ଉପରେ ମତ ପ୍ରକାଶ କରିଥିଲେ ।ପରିଶେଷରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀମତି ସାହୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସାଙ୍ଗ କରିଥିଲେ ।

new life
You might also like
error: Content is protected !!