News
lipub
samparksetu

ଡଉଁରିରେ ନାଳରେ ଭାସିଯାଇ ବ୍ୟକ୍ତି ନିଖୋଜ

ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ସନ୍ଥପୁରୁ ଗ୍ରାମ ର ଜଣେ ବ୍ୟକ୍ତି ନିକଟସ୍ଥ ଡଉଁରିରେ ନାଳରେ ଭାସିଯାଇ ନିଖୋଜ ଥିବା ସନ୍ଦେହ କରି ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଓଡ୍ରାଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା।

ହେଲେ ସଂଧ୍ୟା ସୁଦ୍ଧା କୈାଣସି ଖୋଜଖବର ନମିଳିବାରୁ ଓଡ୍ରାଫ ଟିମ୍ ଫୋରିଯାଇଛି। ଘଟଣା ରୃ ପ୍ରକାଶ ଯେ ସନ୍ଥପୁରୁ ଗ୍ରାମର ନିର୍ମଳ ସାହୁ ( ୫୭) ସବୁଦିନ ଭଳି ଚାଷଜମି ରେ କାମକରି ଡଉଁରିରେ ଗାଧୋଇବା ସମୟରେ ଭାସିଯାଇ ଥିବା ଅନୁମାନ କରାଯାଉଛି।କାରଣ ନିକଟରେ ତାଙ୍କର ପ୍ୟାଣ୍ଟ୍ ସାଟ୍ ସହ ଏକ ବାଡି ପଡ଼ିଥିଲା। ଦେଖିବା ପରେ ସ୍ଥାନୀୟ ଲୋକମାନେ ଖୋଜାଖୋଜି କରିବା ସହ ଓଡ୍ରାଫ କୁ ଖବର ଦେଇଥିଲେ। ହେଲେ ଖବର ଲେଖା ହେବା ପର୍ଯ୍ୟନ୍ତ କୈାଣସି ସଂଧାନ ମିଳିନଥିବା ଜଣାପଡିଛି।

new life
You might also like
error: Content is protected !!