News
lipub
samparksetu

ଦନ୍ତା ଆକ୍ରମଣରେ ଚାଲିଗଲା ସ୍ଵାମୀ ର ଜୀଵନ , ସ୍ତ୍ରୀ ଗୁରୁତର

ମହାବିରୋଡ଼ ରେଞ୍ଜ ପଙ୍ଗାତିରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କାଉଁସିନାଳୀ ଗ୍ରାମରେ ହାତୀ ଆତଙ୍କ । ହାତୀ ଆକ୍ରମଣର ଶିକାର ହେଲେ ଦମ୍ପତି, ଆକ୍ରମଣ ରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତ୍ତର । ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ ରେଞ୍ଜ ଦଦରାଘାଟି ସେକ୍ସନ ଚାନ୍ଦପୁର ଗାଁର କାଉଁସନାଳି ସାହିରେ ଏଭଳି ଘଟଣା ଘଟିଛି।

ସୂଚନା ଅନୁଯାୟୀ , ଚାନ୍ଦପୁର ଗାଁର ରୁମା ବେହେରା ଓ ତାରା ବେହେରା ଆଜି ସକାଳେ ଶୌଚ ପାଇଁ ଗାଁ ପାଖ ପୋଖରୀକୁ ଯାଉଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଉଭୟ ଗୁରୁତର ଭାବେ ଆହାତ ହୋଇଥିଲେ। ଗୁରୁତରଙ୍କୁ ପ୍ରଥମେ ପରଜଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ସ୍ୱାମୀ ରୁମା ବେହେରାଙ୍କ ମୃତ୍ୟୁ ହୋଇଥିଲା। ଗରୁତର ସ୍ତ୍ରୀ ତାରା ବେହେରାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ତାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ଥିବା ଜଣାପଡିଛି।

new life
You might also like
error: Content is protected !!