News
lipub
samparksetu

ବ୍ରାହ୍ମଣୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ

ପରଜଙ୍ଗ ବ୍ଲକ ସରାଙ୍ଗ ପଞ୍ଚାୟତ ଜଟୁଆ ରଗୋଡି ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।ଯୁବକ ଜଣଙ୍କ ହେଲେ ଯାଜପୁର ଜିଲ୍ଲା ଡୁବୁରୀ ଅଞ୍ଚଳର ରାଜେନ୍ଦ୍ର ନାଏକ (୨୮) ।

ସୂଚନା ଅନୁଯାୟୀ , ରାଜେନ୍ଦ୍ର ନିଜ ବନ୍ଧୁ ବିଷିକେସ ନାଏକ ଏକ ମୋଟର ସାଇକେଲ ଯୋଗେ ଗତକାଲି ତାଳଚେର କୁ ଆସି ଫେରିବା ବାଟରେ ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ରାଜେନ୍ଦ୍ର ନିଖୋଜ ହୋଇଯାଇଥିଲେ । ତେବେ ଅଗ୍ନିଶମ ବିଭାଗ ଦ୍ଵାରା ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି ।

new life
You might also like
error: Content is protected !!