News
lipub
samparksetu

ଆମେ ଆଦିଶକ୍ତିଙ୍କ ସନ୍ତାନ:ରାଜ୍ୟପାଳ ଗଣେଶୀ ଲାଲ

ଢେଙ୍କାନାଳ ସହରର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଦ୍ୱିତୀୟ ଦିନରେ ଲକ୍ଷ୍ମୀ ବଜାର ପୂଜା କମିଟିର ହୀରକ ଜୟନ୍ତୀ ସମାରୋହରେ ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜୀ ଯୋଗଦେଇ ଆମେ ସମସ୍ତେ ଆଦିଶକ୍ତିଙ୍କ ସନ୍ତାନ ବୋଲି କହିଛନ୍ତି ।

ପ୍ରଥମ କରିଓଡିଶା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାଦେଖିବାକୁ ଢେଙ୍କାନାଳ ଆସଥିବାରୁ ନିଜକୁ ଗର୍ବ ଅନୁଭନ କରିଥିବା ପ୍ରକାଶ କରିଥିଲେ । ଗଜଲକ୍ଷ୍ମୀ ପୂଜା ମନେଇବା, ମା ଙ୍କୁ ସ୍ମରଣ କରିବା
ତଥା ଆଦି ଶକ୍ତିର ଉପାସନାକୁ ଅର୍ଚ୍ଚନା କରିବା ପ୍ରକାଶ କରିଥିଲେ ।

ଆମେ କାହିଁକି ପୂଜା କରୁ ? ଅହଂକୁ ତ୍ୟାଗ କରିବା ଏବଂ ନିଜ ଭିତରେ ଥିବା ସୂକ୍ଷ୍ମ ଚେତନାକୁ ଉଜ୍ଜିବିତ କରିବା ହେଉଛି ପ୍ରକୃତ ଲକ୍ଷ୍ୟ । ଲକ୍ଷ୍ମୀ ବଜାର ପୂଜା କମିଟି ତାଙ୍କୁ ଏହି ଉତ୍ସବକୁ ଡାକିଥିବାରୁ ନିଜକୁ ଧନ୍ୟ ମନେ କରିଥିବା ପ୍ରକାଶ କରିଥିଲେ ।ନିଜର ବକ୍ତବ୍ୟରେ ଭଗବତ ଗୀତାର ଦଶମ ଭାଗ ପଂକ୍ତିରେ ଥିବା ଅନୁବାଦକୁ ପ୍ରକାଶ କରି ସଂସ୍କୃତିରେ ଥିବା ମାଙ୍କୁ କିପରି ପୂଜାର୍ଚ୍ଚନା ଏବଂ ଗୀତାରେ ଭଗବାନଙ୍କର ଆଧ୍ୟାତ୍ମିକକୁ କିପରି ଅନୂଭବ କରିହେବ ବୁଝାଇଥିଲେ ।

ରାଷ୍ଟ୍ରର ସ୍ୱର ଆମେ ସମସ୍ତେ ଆଦିଶକ୍ତି ଙ୍କ ସନ୍ତାନ ବୋଲି କହିବା ସହିତ ମହର୍ଷି ଅରବିନ୍ଦ ଏବଂ ଶ୍ରୀରାମ ଆଚାର୍ଯ୍ୟଙ୍କ ଉଦାହରଣ ଦେଇଥିଲେ । ସମୁଦ୍ର ମନ୍ଥନରୁ ଗଜଲକ୍ଷ୍ମୀଙ୍କ ଆବିର୍ଭାବ ବୋଲି କହିଥିଲେ । ଏ ସବୁ ହେଉଛି ଜଗତରନାଥ ଜଗନ୍ନାଥଙ୍କ ସୂକ୍ଷ୍ମରୂପ । ସର୍ବ ଶକ୍ତିମାନ ଶ୍ରୀକୃଷ୍ଣଙ୍କର ସମ୍ଭୁତ ବୋଲି କହିଥିଲେ । ଆଦିଶକ୍ତି ହିଁ ଜଗନ୍ନାଥ ସେ ହିଁ ନରସିଂହ ,କଛପ ରୂପ ହୋଇପାରନ୍ତି ।

ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧୀର କୁମlର ସାମଲ ଯୋଗଦେଇ ଲକ୍ଷ୍ମୀପୂଜା କମିଟିରେ ଯେଉଁମାନେ ଗଜଲକ୍ଷ୍ମୀ ପୂଜାକୁ ଆରମ୍ଭ କରିଥିଲେ । ତାଙ୍କୁ ସ୍ମରଣ କରିବା ସହିତ ସେମାନଙ୍କ ପ୍ରଚେଷ୍ଟାରେ ଆଜି ଏହା ୭୫ ବର୍ଷ ପୂରଣ ହୋଇଥିବାରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଢେଙ୍କାନାଳବାସୀଙ୍କୁ ମା ଶକ୍ତି ଓ ସମୃଦ୍ଧି ଦିଅନ୍ତୁ ବୋଲି ସେ ନିଜ ବକ୍ତବ୍ୟରେ ରଖିଥିଲେ । ଆୟୋଜିତ କାର୍ଯ୍ୟକ୍ରମର ସ୍ୱାଗତ ଭାଷଣ ଲକ୍ଷ୍ମୀ ପୂଜା ବଜାର କମିଟିର ସଭାପତି ଜଗଦୀଶ ପ୍ରସାଦ ଅଗ୍ରୱାଲା ଦେଇଥିଲେ । ଏହି ଅବସରରେ କମିଟିର ଏକ ସ୍ମରଣିକା ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଲକ୍ଷ୍ମୀ ବଜାର ପୂଜା କମିଟି ରାଜ୍ୟପାଳଙ୍କୁ ଉପଢୌକନ ଓ ଉପହାର ପ୍ରଦାନ କରିଥିଲେ । ଶେଷରେ କମିଟି ସଭ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

new life
You might also like
error: Content is protected !!