News
lipub
samparksetu

ହାତୀ ଆକ୍ରମଣ ରେ ଜଣେ ମୃତ

ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ଗ୍ରାମର ଦଣ୍ଡଧର ସାହୁ ହାତୀ ଆକ୍ରମଣ ରେ ମୃତ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ , ଦୁଦୁରୁକୋଟ ଗ୍ରାମର ପୁରନ୍ଦର ସାହୁ ଙ୍କ ପୁଅ ଦଣ୍ଡଧର ସାହୁ ରୁଙ୍ଗଟା କାମ୍ପାନୀରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ l

ସେ ସବୁଦିନ ରୁଙ୍ଗଟା କମ୍ପାନୀ କୁ କାର୍ଯ୍ୟ କରିବା ପାଇଁ ଯାଉଥିବା ବେଳେ ଆଜି ସଂଧ୍ୟା ୭ଟା ସମୟରେ ନିଜର କାର୍ଯ୍ୟ ସାରି ନିଜ ଝାଡ଼ବନ୍ଧ ଆସୁଥିବା ବେଳେ ଝାଡ଼ବନ୍ଧ ନିକଟରେ ହାତୀ ହାବୁଡ଼ରେ ପଡିଯାଇଥିଲେ ,ହାତୀ ଦଣ୍ଡଧରକୁ ଆକ୍ରମଣ କରିଥିଲା ।ତେବେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବାର ଜଣା ପଡ଼ିଛି ।

new life
You might also like
error: Content is protected !!