News
lipub
samparksetu

୧୫ ହୋଟେଲ ଓ ଢାବାରେ ଚଢାଉ ; ୩୦କେଜି ବାସି ଖାଦ୍ୟ ,ମିଠା ନଷ୍ଟ କଲେ ଅଧିକାରୀ

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅବସରରେ ଖାଦ୍ୟ ନିରାପତ୍ତା ବିଭାଗ ତରଫରୁ ଏକ ଟମି ବିଭିନ୍ନ ସ୍ଥାନରେ ଚଢାଉ କରି ୧୫ଟି ହୋଟେଲରେ ଥିବା ୩୦ କେଜି ବାସି ମିଠାକୁ ନଷ୍ଟ କରାଯାଇଥିବାର ଜଣାପଡିଛି। ଟମି ତରଫରୁ କଣ୍ଟାନାଳୀ ବାଇପାସ,ହରିପୁର,କୋରିଆଁ ବାଇପାସ,ଷ୍ଟେସନ ବଜାରରେ ଥିବା ହୋଟେଲ ଢାବା,ଜଳଖିଆ ,ମିଠା ଦୋକାନ ଗୁଡିକରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ପୂଜା ବଜାର ଏବଂ ଜନସାଧାରଣଙ୍କ ଖାଦ୍ୟ ପାନୀୟକୁ ଦୃଷ୍ଟିର ରଖି ନିୟମିତ ଭାବରେ ବିଭାଗ ତରଫରୁ ଚଢାଉ କରାଯିବ ।

ଚଢାଉ ସମୟରେ ଖାଦ୍ୟର ମାନ ଯାଞ୍ଚ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ । ଚଢାଉ ସମୟରେ ଦୋକାନରେ ଥିବା ୩୦ କେଜି ବାସି ଖାଦ୍ୟ,ମିଠାକୁ ଜବତ କରାଯାଇ ନଷ୍ଟ କରାଯାଇଛି l

new life
You might also like
error: Content is protected !!