News
lipub
samparksetu

ରାଙ୍କିଆ ଧାନବିଲରେ ହାତୀ ମୃତ ଘଟଣାରେ ୩ ଗିରଫ

ଚାଷ ଜମିରେ ବିଦ୍ୟୁତ ଆଘାତ ରେ ମୃତ୍ୟୁବରଣ କରିଥିବା ଦନ୍ତା ହାତୀ ମୃତ ଘଟଣାରେ ଜିରାଳ ବନପାଳ ଙ୍କ ଅଭିଯୋଗ କ୍ରମେ ଏକ କେସ ରୁଜୁ କରି ରାଙ୍କିଆ ଗ୍ରାମ ର ୩ ଜଣ ଙ୍କୁ ଗିରଫ କରାଯାଇଛି ।

ସେମାନେ ହେଲେ ମାଝୀ ପାତ୍ର (୬୨) ର ମାନସ ପାତ୍ର (୩୫), ରମେଶ ମାଟିଆ (୪୦) । ଭୁବନ ବନାଞ୍ଚଳ ଅଧିକାରୀ ଙ୍କ ନିର୍ଦ୍ଦେଶ ରେ ଏହି ୩ ଜଣଙ୍କୁ ଭୁବନ ସିଭିଲ କୋର୍ଟ ରେ ହାଜର କରାଯାଇଛି ।

ଭୁବନ ବନାଞ୍ଚଳ ଅଧିକାରୀ ଅନିତା ସେଠି କହିବା ଅନୁଯାୟୀ , ଧାନ ବିଲରେ ମୃତ ବରଣ କରିଥିବା ଦନ୍ତା ର ଶବ ବ୍ୟବଛେଦ କରାଯାଇଛି ,ବିଦ୍ୟୁତ ଆଘାତ ରେ ହାତୀଟି ମୃତ ବରଣ କରିଥିବା ସନ୍ଦେହ କରାଯାଉଛି । ଅଧିକ ତଦନ୍ତ ପରେ ଜଣାପଡିବ ।

ମଠକରଗୋଳା ବିଦ୍ୟୁତ ବିଭାଗ ର ଜୁନିୟର ମ୍ୟାନେଜେର ସୂର୍ଯ୍ୟକାନ୍ତ ରାଉତ କୁହନ୍ତି ହାତୀ ମୃତ ସ୍ଥଳ ଠାରୁ ଇଲେଭେନ କେଭି ଲାଇନ ର ଦୂରତା ପ୍ରାୟ ୨ ଶହ ମିଟର ଥିବା ବେଳେ ଏଲ ଟି ଖୁଣ୍ଟର ଦୂରତା ସାତ ଶହ ମିଟର ରହିଛି । ତେଣୁ କେମିତି ହାତୀ ମରିଛି ତାହା କହିପାରିବୁନି ,ହାତୀଟି ସୋଲାରରେ ମଲା କି ଅନ୍ୟ କୌଣସି କାରଣରୁ ମରିଛି ତଦନ୍ତ ପରେ ଜଣାପଡିବ ।

new life
You might also like
error: Content is protected !!