News
lipub
samparksetu

ବିଦ୍ୟାଳୟରେ ରାତ୍ର ଜଗୁଆଳୀକୁ ତାଲା ପକାଇ ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଲୁଟିଲେ ଦୁର୍ବୃତ୍ତ !

ପୁଣି ଲୁଟେରାଙ୍କ ଆତଙ୍କ , ପୋଲିସକୁ ଖୋଲା ଚ୍ୟାଲେଞ୍ଜ ।ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ରାତ୍ର ଜଗୁଆଳୀଙ୍କୁ ତାଲା ପକାଇ ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ରାତ୍ର ଜଗୁଆଳୀ ରାଜୀବ ବିଶ୍ୱାଳ ଶୋଇଥିବା ବେଳେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ପ୍ରଥମେ ତାଙ୍କୁ ସ୍କୁଲ ଘର ବାହାରୁ ତାଲା ପକାଇ ଦେଇଥିଲେ । ପରେ ଦୁର୍ବୃତ୍ତ ମାନେ ବିଜ୍ଞାନ ଶ୍ରେଣୀ ଗୃହରେ ଥିବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ୨ଟି କମ୍ପ୍ୟୁଟର ,ଗୋଟିଏ ପ୍ରିଣ୍ଟର ,ଗୋଟିଏ ଜେରକ୍ସ ମେସିନ ଏବଂ ଗୋଟିଏ ଇନଭର୍ଟରକୁ ଚୋରି କରି ନେଇ ଯାଇଛନ୍ତି ।

ସକାଳେ ଖବର ପାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ରାତ୍ର ଜଗୁଆଳୀକୁ ଉଦ୍ଧାର କରିଛନ୍ତି ଏବଂ ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜନ କୁମାର ସାହୁ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ତନାଘନା ଜାରି ରଖିଛି ।କାମାକ୍ଷାନଗର ଅଂଚଳର ଦିନକୁ ଦିନ ଏଭଳିଆ ଘଟଣା ବଢ଼ିବାରେ ଲାଗିଥିବା ବେଳେ ପୋଲିସର ହାତ ଖାଲି ହେଉଛି ସେମାନଙ୍କୁ ଧରିବାରେ ପୂର୍ବରୁ ଯାହା ନଜିର ରହିଛି ।

new life
You might also like
error: Content is protected !!