News
lipub
samparksetu

ରାତି ଅଧିଆ ୬ ଜଣଙ୍କ ଘରୁ ଲୁଟ

ହିନ୍ଦୋଳ ରୋଡ଼ ଫାଣ୍ଡି ଅନ୍ତର୍ଗତ ମହାଦିଆ ଗ୍ରାମରେ ଶୁକ୍ରବାର ରାତିରେ ୬ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି ।ଗ୍ରାମରେ କିଛି ପରିବାର ଘରେ ନଥିବା ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଏହି ଚୋରି କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ , କେତେକ ଦୁର୍ବୃତ୍ତ ଶୁକ୍ରବାର ରାତିରେ ଗ୍ରାମର ଶଶିପ୍ରଭା ଲେଙ୍କା ,ଉଦୟନାଥ ବରାଳ , ଅକ୍ଷୟ ଲେଙ୍କା , ପିତାମ୍ବର ବରାଳଙ୍କ ଘର ସହିତ ଅନ୍ୟ ୨ଟି ଘରେ କବାଟ ଝରକା ତାଡି ସୁନା ଗହଣା ଚୋରି କରିଛନ୍ତି ।ଏ ନେଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଘଟଣାର ତଦନ୍ତ ଚଳାଇଛନ୍ତି ।

new life
You might also like
error: Content is protected !!