News
lipub
samparksetu

ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର

ଢେଙ୍କାନାଳ ସଦର ବନାଞ୍ଚଳର ମହୁଲପାଳ ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି ।ମୃତ ହାତୀର ଶବକୁ କେତେକ ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ ।ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବାର ଜଣାପଡିଛି ।

ସୂଚନା ମୁତାବକ , ସେହି ଅଞ୍ଚଳରେ ୧୬ ଟି ହାତୀପଲ ଚଳପ୍ରଚଳ କରୁଥିଲେ । ସେଥିମଧ୍ୟରୁ ୨ଟି ମଧ୍ୟରେ ସଂଘର୍ଷ ଘଟି ଦନ୍ତାଟିର ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି ।ହାତୀ ଟିର ବୟସ ପ୍ରାୟ ୨୦ ବର୍ଷ ହୋଇଥିବା ବେଳେ ଶରୀରର ବିଭିନ୍ନ ଜାଗାରେ କ୍ଷତବିକ୍ଷତ ଦେଖିବାକୁ ମିଳିଛି ।ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ବନ ଵୋଭାଗ ସୂଚନା ଦେଇଛି ।

new life
You might also like
error: Content is protected !!