News
lipub
samparksetu

ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି ଙ୍କ କାର୍ କୁ ବୋମା ମାଡ଼ !

କାର୍ ଉପରକୁ ବୋମା ମାଡ଼।  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମଢିସାହିରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର ଉପରକୁ ଗତ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୁତ୍ତ ବୋମାମାଡ଼ କରିଥିବା ସୂଚନା ମିଳିଛି।ତେବେ ବୋମାମାଡ଼ର କାରଣ ଏଯାଏ ଅସ୍ପଷ୍ଟ ରହିଛି ।

ପ୍ରଥମେ ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ଗୋଟିଏ ରାଉଣ୍ଡ ବୁଲି ସାରିବା ପରେ ଗାଡି ଉପରକୁ ୩ଟି ବୋମା ମାଡ଼ କରିଥିଲେ । ତେବେ ଏବେବି ଦୁଇଟି ବୋମା ଅଫୁଟା ପଡିଥିବା ଦେଖିବାକୁ ମିଳିଛି । ଅନ୍ଯପଟେ ଏହି ଘଟଣାର ସମ୍ପୂର୍ଣ୍ଣ ଭିଜୁଆଲ୍ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।ରାତିରେ ବୋମା ମାଡ଼ ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଶବ୍ଦ ଶୁଣି ଘର ବାହାରକୁ ଆସିଥିଲେ । ଏପରିକି ନାଇଟ ପେଟ୍ରୋଲିଙ୍ଗରେ ଥିବା ପୋଲିସ ମଧ୍ୟ କାହ୍ନୁଚରଣ ସାହୁଙ୍କ ଘର ପାଖକୁ ଆସିଥିଲେ । ତେବେ କାହ୍ନୁଙ୍କର କୌଣସି ରାଜନୈତିକ କିମ୍ବା ବ୍ୟବସାୟୀକ ଶତ୍ରୁ ନଥିବା ସେ ପ୍ରକାଶ କରିଛନ୍ତି । ଏ ନେଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସି ଟିଭି ଭିଜୁଆଲ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!