News
lipub
samparksetu

ପୁଣି ଦଳିଲା ହାତୀ , ତାତିଲେ ଲୋକେ !

ହିନ୍ଦୋଳ ଫରେଷ୍ଟ ରେଞ୍ଜ ରେ ଆଜି ପୁଣି ଆଉ ଜଣଙ୍କୁ ଦଳି ମାରିଲା ଦନ୍ତା ହାତୀ । ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଶବ ରଖି କଲେ ରାସ୍ତା ଅବରୋଧ। ଆଜି ଭୋର୍ ସମୟରେ ରାସୋଳ ଥାନା କାରନ୍ଦା ସାନ ସାହି ର ଜଣେ ଚାଷୀ ମାହୁଳୀ ପ୍ରଧାନ ନିଜ ଚାଷ ଜମିକୁ ଯାଇଥିଲା ବେଳେ ତାଙ୍କୁ ଏକ ଦନ୍ତା ହାତୀ କଚାଡି ମାରି ଦେଇଥିଲା।

ଗତକାଲି ସମାନ ଚିତ୍ର ଦେଖିବାକୁ ମିଳିଥିଲା ହିନ୍ଦୋଳ ରେଞ୍ଜ ର ଗଲେହି ଯତନ ନଗର ଠାରେ। ସେଥି ପାଇଁ ଗ୍ରାମବାସୀ ଶବ ରଖି ୫ ଘଣ୍ଟା କାଳ ପୁରୁଣା କଟକ ସମ୍ବଲପୁର ରାସ୍ତା ଅବରୋଧ କରିଥିଲେ। ଆଜି ସମାନ ଭାବେ କାରନ୍ଦା ଗ୍ରାମବାସୀ ମାନେ ବାଲିମି ଛକ ଠାରେ ପୁଣି ଶବ ରଖି ରାସ୍ତା ଅବରୋଧ କରିଛନ୍ତି। ଉତ୍ତ୍ୟକ୍ତ ଗ୍ରାମବାସୀ ଗାଁ କୁ ସୋଲାର ବ୍ୟବସ୍ଥା ସହ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି କରିଛନ୍ତି। ଏବେ ହିନ୍ଦୋଳ – ଢେ଼ଙ୍କାନାଳ ମୁଖ୍ୟ ରାସ୍ତା ରେ ସହ ସହ ଗାଡ଼ି ଯାତାୟାତ ଠପ ହୋଇ ଯାଇଛି। କ୍ରମାଗତ ଏପରି ଘଟଣା ପାଇଁ ଏବେ ଲେକଙ୍କ ରୋଷର ଶିକାର ହେଉଛନ୍ତି ବନ କର୍ମଚାରୀ।

new life
You might also like
error: Content is protected !!