News
lipub
samparksetu

ହାତୀ ଆକ୍ରମଣ ରେ ଯୁବକ ଙ୍କ ମୃତ୍ୟୁ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ଗାଁ ରେ ହାତୀ ଆକ୍ରମଣ ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ମାଟିଆ ସାହିର ରାମଚନ୍ଦ୍ର ବେହେରା ।

ସୂଚନା ମୁତାବକ ରାମଚନ୍ଦ୍ର ଶୌଚ ପାଇଁ ଗାଁ ପାଖ ବ୍ରାହ୍ମଣୀ ନଦୀ କୁ ଯାଉଥିବା ବେଳେ,୩୨ଟିକିଆ ହାତୀ ପଲ ସହ ମୁହାଁ ମୁହିଁ ହୋଇଯାଇଥିଲେ ।

ଫଳରେ ସେ ପଛକୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଏକ ହାତୀ ତାଙ୍କୁ ଗୁଡ଼ାଇବା ସହ ପାଦରେ ଦଳି ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ,|ଏ ନେଇ ସ୍ଥାନୀୟ ଲୋକ ଜାଣିବା ପରେ ବନ ବିଭାଗ କୁ ଖବର ଦେଇଥିଲେ ।

ଖବର ପାଇ ବନ ବିଭାଗ ମୃତ ଦେହ ଉଦ୍ଧାର କରିବା ସହ, ହାତୀ ଗତିପଥ ଉପରେ ନଜର ରଖି ଥିବା ସୂଚନା ମିଳିଛି |ସେପଟେ ୩୨ଟିକିଆ ହାତୀ ପଲ ଙ୍କ ଦୌରାତ୍ମ୍ୟ ରୁ ଫସଲ ରକ୍ଷା କିପରି କରିବେ ସେ ନେଇ ଆତଙ୍କିତ ଅଛନ୍ତି ଅଂଚଳ ଚାଷୀ ।

new life
You might also like
error: Content is protected !!