News
lipub
samparksetu

କଣ୍ଟାବଣିଆ ଟାଟାଷ୍ଟିଲ କାରଖାନା ପାଖରେ ଗୁଳିକାଣ୍ଡ

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଟାଟା ଷ୍ଟିଲ ମେରାମଣ୍ଡଳୀ ନିକଟସ୍ଥ ତାଳବାହାଳୀ ରାସ୍ତା କଡରେ ଯୁବକଙ୍କ ଉପରକୁ ଗୁଳିମାଡ।ଗୁଳିମାଡରେ ଜଣେ ଯୁବକ ଗୁରୁତର।ଗୁରୁତରଙ୍କ ନାଁ ରବି କୁମାର । ଗୁଳିମାଡ ପରେ ତାଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି।ରବି କୁମାର ଟାଟାଷ୍ଟିଲ ମେରାମଣ୍ଡଳୀ କମ୍ପାନୀରେ କ୍ରେନ ଅପରେଟର ଭାବେ କାମ କରୁଥିବା ସୂଚନା।

ଆଜି ଦିନ ୧୨ଟା ସମୟରେ କମ୍ପାନୀରୁ କାମ ସାରି କମ୍ପାନୀ ମୁଖ୍ୟ ଫାଟକକୁ ଲାଗି ରହିଥିବା ତାଳବାହାଳୀ ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ କେହି ଦୁବୃର୍ତ୍ତ ରବି କୁମାରଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲା। ଗୁଳିମାଡ ପରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ରବି କୁମାର । ତେବେ କିଏ ଓ କାହିଁକି ତାଙ୍କ ଉପରକୁ ଗୁଳିମାଡ କରିଛି ତାହା ସ୍ପଷ୍ଟ ହୋଇନାହିଁ।କଣ୍ଟାବଣିଆ ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ, ଆଜି ପୂର୍ବାହ୍ନ ପ୍ରାୟ ୧୧ ଘଟିକାରେ ଟାଟାଷ୍ଟିଲ କାରଖାନା ୪ ନମ୍ବର ଗେଟ୍ ନିକଟରେ ୩ ଜଣ ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏହା ପରେ ଜଣେ ଯୁବକ ପାଖରେ ରଖିଥିବା ଏକ ବନ୍ଧୁକରୁ ଅତି ନିକଟରୁ ରବି କୁମାରଙ୍କ ମୁଣ୍ଡକୁ ଗୁଳି ମାରିଥିଲା । ରବି କୁମାର ରକ୍ତାକ୍ତ ଅବସ୍ଥାରେ ତଳେ ଖସି ପଡ଼ିଥିଲେ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ୧୦୮ ଯୋଗେ ଅନୁଗୁଳ ସ୍ଥାନାନ୍ତରିତ କରାଯାଇ ଥିବା ସୂଚନା ମିଳିଛି ।

new life
You might also like
error: Content is protected !!