News
lipub
samparksetu

ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ଦାବି

ଢେଙ୍କାନାଳ ଜିଲ୍ଲାରେ ଓଡିଶା ସ୍ୱସ୍ଥ୍ୟ ଠିକା କର୍ମଚାରୀ ମହାସଙ୍ଘ ତରଫରୁ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ,ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜାତୀୟ ଏଡସ ନିରାକରଣ କାର୍ଯ୍ୟକ୍ରମରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ଓଡ଼ିଶା ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ସଙ୍ଘ, ଆୟୁଷ,ପାରାମେଡିକାଲ ସହିତ ବିଭିନ୍ନ ବିଭାଗରେ ଦୀର୍ଘଦିନ ଧରି ଠିକା କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି ।

ସରକାର ଗତ ଅକ୍ଟୋବଟ ୧୫ ତାରିଖରେ ରାଜ୍ୟରୁ ଠିକା କର୍ମଚାରୀ ବ୍ୟବସ୍ଥାକୁ ଉଛେଦ କରିଥିବା ବେଳେ ସ୍ୱାସ୍ଥ୍ୟ ବିଭଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ଭୁଲି ଯାଇଛନ୍ତି ବୋଲି ସଙ୍ଘ ତରଫରୁ ଅଭିଯୋଗ ହୋଇଛି । ଏହି ସଂସ୍ଥାରେ ପ୍ରାୟ ୧୦ ହଜାର କର୍ମଚାରୀ ଠିକା ଭାବରେ କାର୍ଯ୍ୟ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବିକୁ ବିଚାର କରିବାକୁ ନିବେଦନ କରାଯାଇଛି ।

ଦୀର୍ଘଦିନ ହେବ ନିଷ୍ପସିତ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ତୁରନ୍ତ ନିୟମିତ କରିବାକୁ ଦାବି କରାଯାଇଛି । ଏହି ଅବସରରେ ଏକ ଶୋଭଯାତ୍ରା ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।କର୍ମଚାରୀ ମାନେ ଉପସଭାପତି ଦୀପକ କୁମାର ସାହୁ୍‌ଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କରାଯିବା ସହତି ହଳଦିଆ ବ୍ୟାଚ ପିନ୍ଧି ଆନ୍ଦୋଳନ କରିଥିବାର ଜଣାପଡିଛି ।

new life
You might also like
error: Content is protected !!