News
lipub
samparksetu

ଶିକ୍ଷକ ନିଯୁକ୍ତିକୁ ନେଇ ୪ଦିନରେ ଧାରଣା

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ ମହାବିରୋଡ ଜନପ୍ରଭା ହାଇସ୍କୁଲ ରେ ଶିକ୍ଷକ ସମସ୍ୟା ଓ ଜନୈକ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଦାବିରେ ଫାଟକରେ ତାଲା ପକାଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଗତ ୪ ଦିନ ଧରି ଧାରଣାରେ ବସିଥିଲେ ମଧ୍ୟ ବର୍ତ୍ତମାନ ସୁଧା କୌଣସି ସମାଧାନ ହୋଇନଥିବାର ଜଣାପଡିଛି ।

ଜନପ୍ରଭା ଉଚ୍ଚ ବିଦ୍ୟାଳୟରେ ୧୩୮ଜଣ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରୁଥିବା ବେଳେ ସେମାନଙ୍କୁ ପାଠ ପଢାଇବା ପାଇଁ ମାତ୍ର ୪ଜଣ ଶିକ୍ଷକ ରହିଛନ୍ତି ବିଦ୍ୟାଳୟରେ କଳା ଶିକ୍ଷକ ନିଯୁକ୍ତି କରିବାକୁ ଦୀର୍ଘଦିନ ହେବ ବିଦ୍ୟାଳୟ ପରିଚାଳନା କମିଟି ସହିତ ଅଭିଭାବକ ମାନେ ଦାବି କରିଆସୁଛନ୍ତି କିନ୍ତୁ ଶିକ୍ଷକ ନିଯୁକ୍ତି ଦେବାତ ଦୂରର କଥା ଜଣେ ବିଜ୍ଞାନ ଶିକ୍ଷକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏହା ସହିତ କଙ୍କଡାହାଡ ରାମେଶ୍ୱର ଉଚ୍ଚ ବିଦ୍ୟାଳୟରେ କଳାକାରନାମାରେ ସଂପୃକ୍ତ ଶଙ୍କର୍ଷଣ ପଣ୍ଡାଙ୍କୁ ଜନପ୍ରଭା ବିଦ୍ୟାଳୟରେ ନିଯୁକ୍ତି ପ୍ରଦ।ନ କରାଯାଇଛି ।

ଏହାକୁ ନେଇ ଛାତ୍ରଛାତ୍ରୀ ,ଅଭିଭାବକ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ବିଦ୍ୟାଳୟରେ କଳା ଶିକ୍ଷକ ନିଯୁକ୍ତି ସହିତ ତୁରନ୍ତ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଶିକ୍ଷକଙ୍କୁ ବଦଳି କରିବା ଦାବିରେ ଅଭିଭାବକ ମାନେ ଗେଟ ସମ୍ମୁଖରେ ତାଲା ପକାଇ ୪ଦିନ ହେବ ଧାରଣା ଦେଇଛନ୍ତି ।

new life
You might also like
error: Content is protected !!