News
lipub
samparksetu

ଡିପ୍ଲୋମା ଇଂଜିନିୟରିଂ ଆସୋସିଏସନର ବୈଠକ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜିରିଡାମାଳି ଠାରେ ଡିପ୍ଲୋମା ଇଂଜିନିୟରିଂ ଆସୋସିଏସନର ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଏହି ବୈଠକ ରେ କାମାକ୍ଷାନଗର ଉପଖଣ୍ଡର ସମସ୍ତ ଡିପ୍ଲୋମା ଇଞ୍ଜିନିୟର ମାନେ ଯୋଗଦେଇଥଲେ ।

ପ୍ରଥମେ ସଂଘର ଆଭିମୁଖ୍ୟ ବିଷୟରେ ଆଲୋଚନା କରାଯାଇଥିଲା । ପରେ ପରେ ସଭାପତି ଭାବରେ ଗୋକୁଳ ଚନ୍ଦ୍ର ନାୟକ ,ଉପ ସଭାପତି ଭାବରେ ମନୋଜ କୁମାର ଦାସ,ସମ୍ପାଦକ ଗିରିସ ବିହାରୀ ଦାସ,ସହ ସମ୍ପାଦକ ରଶ୍ମିରଞ୍ଜନ ଦାସ,ରଂଜନ କୁମାର ମହାନ୍ତି,ଅଡିଟର ସାରଥୀ ମାଝୀ ,ଆଡ଼ଭାଇଜର ପ୍ରମୋଦ କୁମାର ସ୍ୱାଇଁ ,କାର୍ଯ୍ୟ ନିର୍ବାହୀ ସଭ୍ୟ ଗିରିସ କୁମାର ପରିଡା,ପାର୍ଥବି ଦେହୁରୀ ,କଲ୍ୟାଣୀ ସାହୁ ,ସୂର୍ଯ୍ୟ କୁମାର ପରିହାରି ,ହଳଧର ଦେହୁରୀ ,ସ୍ଵର୍ଣଲତା ଧଳ ଙ୍କୁ ନିର୍ବାଚିତ କରାଯାଇଛି ।

new life
You might also like
error: Content is protected !!