News
lipub
samparksetu

ପ୍ରାକୃତିକ ବିପର୍ଯ୍ୟୟ ତାଲିମ୍ ଶିବିର ଉଦଯାପିତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କାଶିପୁର ପଞ୍ଚାୟତର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଦୀର୍ଘ ସାତଦିନ ଧରି ପ୍ରାକୃତିକ ବିପର୍ଯ୍ୟୟ ତାଲିମ୍ ଶିବିର ଚାଲିଥିବା ବେଳେ ତାହା ଉଦଯାପିତ ହୋଇଯାଇଛି।

ଏହି ଉଦଯାପନ ଦିବସରେ ମୂଖ୍ୟ ଅତିଥି ଭାବେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରିନାରାଣୀ ଖଟୁଆ ଯୋଗଦେଇଥିବା ବେଳେ , ମୂଖ୍ୟ ବକ୍ତା ଭାବେ ସମାଜ ସେବୀ ଅରୁପାନନ୍ଦ ବାରିକ୍, ବାତ୍ୟା ଆଶ୍ରୟସ୍ଥଳୀ ର ସଭାପତି ତଥା କାଶିପୁର ପଞ୍ଚାୟତର ସରପଞ୍ଚ ସରପଞ୍ଚ ଚଞ୍ଚଳା ବାରିକ୍ ସମ୍ପାଦକ ମନୋଜ୍ କୁମାର ପହି, ଜିଲ୍ଲା ଜରୁରୀକାଳୀନ ପ୍ରକଳ୍ପ ଅଧିକାରୀ ସଂଗୀତା ଦାସ ପ୍ରମୁଖ ଯୋଗ ଦେଇଥିଲେ।

ସାତଦିନ ଧରି ଚାଲିଥିବା ତାଲିମ୍ ଶିବିରରେ ପାଞ୍ଚଦିନ ଉଦ୍ଧାର କାର୍ଯ୍ୟ ପାଇଁ ପଚିଶି ଜଣ ସ୍ଵେଚ୍ଛାସେବୀ ଉଭୟ ମହିଳା ଓ ପୁରୁଷ ଭାଗ ନେଇଥିଲେ। ଚାରିଦିନ ପାଇଁ କମିଟି ର ପଚିଶି ଜଣ ମହିଳା ଓ ପୁରୁଷ ସଦସ୍ୟ ତାଲିମ୍ ନେଇଥିଲେ ଓ ଶେଷ ଦୁଇ ଦିନ ପ୍ରାଥମିକ ସହାୟତା ବିଭାଗରେ ଆଉ ପଚିଶି ଜଣ ସ୍ଵେଚ୍ଛାସେବୀ ମହିଳା ଓ ପୁରୁଷ ପ୍ରାଥମିକ ଚିକିତ୍ସା ବିଷୟରେ ତାଲିମ୍ ନେଇଥିଲେ । ଶେଷରେ ଅଂଶଗ୍ରହଣ କରିଥିବା ସ୍ବେଚ୍ଛାସେବୀ ମାନଙ୍କୁ ମୂଖ୍ୟ ଅତିଥି ଓ ସରପଞ୍ଚ ମାନପତ୍ର ପ୍ରଦାନ କରିଥିଲେ।

new life
You might also like
error: Content is protected !!