News
lipub
samparksetu

ଛିଡା ହୋଇଥିବା ବସ ପଛରେ ପିଟିଲା ବାଇକ , ଢେଙ୍କାନାଳ ଜିଲ୍ଲାର ୨ମୃତ

ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ବନର ବସଷ୍ଟାଣ୍ଡରେ ଢେଙ୍କାନାଳ ରୁ ପାଲଲହଡା ଯାଉଥିବା ଦୁର୍ଗାମାଧବ ନାମକ ଏକ ଘରୋଇ ବସ ଶୁକ୍ରବାର ପୂର୍ବାହ୍ନ ୧୧ଟା ୪୫ ସମୟରେ ଯାତ୍ରୀ ଙ୍କୁ ଓହ୍ଲାଉଥିବା ବେଳେ ପଛରୁ ଏକ ବାଇକ ବସ ପଛରେ ପିଟି ହୋଇଯାଇଥିଲା । ବାଇକ ରେ ଥିବା ୨ ବାଇକ ଆରୋହୀ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡିଯାଇଥିଲେ ।

ତାଙ୍କୁ ପ୍ରଥମେ ଖମାର ଏବଂ ପରେ ଜଣକୁ ଢେଙ୍କାନାଳ ଅନ୍ୟ ଜଣକୁ କଟକ ସ୍ଥାନାନ୍ତର କରାଯାଇଥିଲା ।ତେବେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମୃତକ ୨ଜଣ ହେଲେ ଢେଙ୍କାନାଳ ସଦର ଥାନା ସିଆରିଆ ଗ୍ରାମର ସୂର୍ଯ୍ୟ କୁମାର ରାଉତ (୨୯) ଓ ଶିବକୁମାର ରାଉଳ (୨୩) ବୋଲି ଜଣା ପଡ଼ିଛି ।

new life
You might also like
error: Content is protected !!