News
lipub
samparksetu

ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର

ପାରିବାରିକ କଳହ ଏବଂ ପରକ୍ରିୟା ପ୍ରୀତି ସନ୍ଦେହ କରି ସ୍ତ୍ରୀ କୁ କଟୁରୀରେ ହାଣିଲା ସ୍ବାମୀ। ଗୁରୁତର ଅବସ୍ଥାରେ ୧୦୮ ଯୋଗେ ମୁଖ୍ୟ ଚିକିତ୍ସlୟଲରେ ଭର୍ତ୍ତି ହୋଇଛନ୍ତି ସ୍ତ୍ରୀ । କଟୁରୀ ଜବତ କରି ସ୍ବାମୀକୁ ଗିରଫ କରିଛି ଗଁଦିଆ ପୋଲିସ ।

ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ସୋରିଷିଆପଦା (ରଗଡ଼ି ସାହି) ଗ୍ରାମର ଗିରି ମହାନ୍ତ (ଗୌର) ଓ ତାଙ୍କର ପତ୍ନୀ କାମିନୀ ମହାନ୍ତ ମଧ୍ୟ ରେ ପାରିବାରିକ କଳହ କାରଣରୁ ସ୍ବାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ କାମିନୀ ମହାନ୍ତ ଙ୍କ ପଛପଟକୁ କଟୁରୀରେ ଆକ୍ରମଣ କରିଥିଲେ ।

ଘଟାଣ ସ୍ଥଳରେ ସ୍ତ୍ରୀ ରକ୍ତାକ୍ତ ଅବସ୍ଥାରେ ପଡ଼ିଯାଇଥିଲା । ସ୍ବାମୀ ବିଚଳିତ ହୋଇ ଥାନାକୁ ଜଣାଇଥିଲେ ,ସଙ୍ଗେ ସଙ୍ଗେ ଗଁଦିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସତ୍ୟବ୍ରତ ଭୂତିଆ ଘାଟନା ସ୍ଥଳରେ ପହଞ୍ଚି ସ୍ବାମୀ କୁ ଅଟକ ରଖିବା ସହ ସ୍ତ୍ରୀ କାମିନୀ କୁ ତୁରନ୍ତ ୧୦୮ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଢେଙ୍କାନାଳ ପଠାଇଥିବା ସୂଚନା ମିଳିଛି।

new life
You might also like
error: Content is protected !!