News
lipub
samparksetu

ଥମୁନି ହାତୀ ଆତଙ୍କ ; ଭାଙ୍ଗିଲେ ଘର ,ନଷ୍ଟ କଲେ ଧାନ

ଥମୁନି ହାତୀ ଆତଙ୍କ ,ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳରେ ମାତିଛନ୍ତି ଏଗାର ଟିକିଆ ହାତୀପଲ । ଅମଳ ହେବା ପାଇଁ ଥିବା ଧାନକୁ ନଷ୍ଟ କରିବା ସହିତ ଭାଙ୍ଗିଲେ ଘର ।

ସୂଚନା ଅନୁଯାୟୀ , ଗତକାଲି ରାତିରେ ଏଗାର ଟିକିଆ ହାତୀ ପଲ ବାଲିଝାଟି ମୁରୁଗା ସଂରକ୍ଷିତ ଜଙ୍ଗଲରୁ ବାହାରି ବାରୁଆଁ ଗ୍ରାମରେ ପଶିଥିଲେ । ଖବର ପାଇ ଭୁବନ ବନବିଭାଗ ହାତୀପଲଙ୍କୁ ଜଙ୍ଗଲ ଆଡ଼କୁ ଘଉଡାଇବା ସମୟରେ ପୁଣି ହାତୀ ପଲ ବାଲିଝାଟି ଜଙ୍ଗଲକୁ ଫେରି ଆସିଥିଲେ । ତେବେ ଫେରିବା ବାଟରେ ଗଡନୃସିହପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ପୁରୁଣାଗୋଡା ଗ୍ରାମରେ ପଶି ଅନେକ ଘର ଭାଙ୍ଗିବା ସହିତ ଏକ କୋଠା ଘରକୁ ଧକ୍କା ମାରି କାନ୍ଥ ଫଟାଇ ଥିବାର ଦେଖିବାକୁ ମିଳିଛି ।

ପୁରୁଣା ଗୋଡା ର ହାପି ଶୋଇଥିବା ସମୟରେ ହାତୀ ଆସିବାର ଶବ୍ଦ ଶୁଣି ଶେଇବା ସ୍ଥାନରୁ ଉଠି ପଳେଇଯାଇଥିଲେ ,ଯାହାଫଳରେ କି ହାପୀଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଥିଲେ । ଏନେଇ ଅଞ୍ଚଳବାସୀ ଏବେ ଭୟଭୀତ ଅବସ୍ଥାରେ । ତେବେ ଗ୍ରାମବାସୀ ତୁରନ୍ତ ଅଞ୍ଚଳରୁ ହାତୀ ପଲଙ୍କୁ ଘଉଡାଇବା ସହିତ କ୍ଷତିପୂରଣ ଦାବି କରିଛନ୍ତି ।

new life
You might also like
error: Content is protected !!